ଦେଶର ସବୁଠାରୁ ପ୍ରଦୂଷିତ ସହର କଟିହାର

Spread the love

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ବାୟୁ ପ୍ରଦୂଷଣ ସ୍ଥିତି ଅତି ଗମ୍ଭୀର ହୋଇଛି। ପ୍ରଦୂଷଣ ସ୍ଥିତିକୁ ନେଇ ଦେଶର ୧୬୩ ସହରର ପ୍ରଦୂଷଣ ଉପରେ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ବା ସିପିସିବି ଦ୍ବାରା ଜାରି ହୋଇଛି ରିପୋର୍ଟ। ନଭେମ୍ବର ୭ରେ ୧୬୩ ସହର ମଧ୍ୟରୁ ବିହାରର କଟିହାର ସବୁଠାରୁ ପ୍ରଦୂଷିତ ସହର ଥିବା ଜଣାପଡିଛି।

ସିପିସିବି ରିପୋର୍ଟ ଅନୁଯାୟୀ, ସୋମବାର ଦିନ ଦେଶର ୧୬୩ ସହରର ପ୍ରଦୂଷଣ ରିପୋର୍ଟ ଉପରେ ଆଖି ପକାଇଲେ ବିହାରର କଟିହାର ସହରର ବାୟୁର ଏକ୍ୟୁଆଇ ସର୍ବାଧିକ ୩୬୦ ରହିଛି। ଏହା ତଳକୁ ଦ୍ବିତୀୟ ସ୍ଥାନରେ ରହିଛି  ଦିଲ୍ଲୀ। ଦିଲ୍ଲୀର ଏକ୍ୟୁଆଇ୩୫୪ ରହିଥିବା ବେଳେ ନୋଏଡାର ଏକ୍ୟୁଆଇ ୩୨୮, ଗାଜିଆବାଦର ୩୦୪ରହିଛି। ସେହିପରି ବେଗୁସରାୟ (ବିହାର), ବଲ୍ଲଭଗଢ (ହରିଆଣା), ଫରିଦାବାଦ (ହରିଆଣା), କୈଥଲ (ହରିଆଣା) ଗୁରୁଗ୍ରାମ (ହରିଆଣା ଓ ଗ୍ବାଲିୟର ( ମଧ୍ୟ ପ୍ରଦେଶ) ମଧ୍ୟ ପ୍ରଦୂଷିତ ସହର ଶ୍ରେଣୀରେ ସାମିଲ ହୋଇଛି।

ଭାରତୀୟ କୃଷି ଅନୁସଂଧାନ ସଂସ୍ଥାନ ବା ଆଇଏଆରଆଇ ମୁତାବକ ବୁଧବାର ପଞ୍ଜାବରେ ପରାଲି ଜଳାଇବାକୁ ନେଇ ୩,୬୩୪ ଘଟଣା ଦର୍ଜ ହୋଇଛି, ଯାହା ପୂରା ବର୍ଷରେ ଏପର୍ଯ୍ୟନ୍ତର ସବୁଠାରୁ ବଡ ଅଙ୍କ।  ପ୍ରଦୂଷଣକୁ ଦେଖି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଉତ୍ତର ପ୍ରଦେଶ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କୁ ଅଣଜରୁରୀ ସାମଗ୍ରୀ ଆଣୁଥିବା ଟ୍ରକଗୁଡିକୁ ପେରିଫେରାଲ ଏକ୍ସପ୍ରେସୱେ ଦେଇ ପଠାଇବାକୁ କୁହାଯାଇଛି, ଯେମିତି ଦିଲ୍ଲୀ ସୀମାରେ ଟ୍ରାଫିକ ଜାମ ହୋଇ ଗାଡିର ଧୂଆଁ ଅଧିକ ପ୍ରଦୂଷଣ ନ କରେ।

ଦିଲ୍ଲୀ ସରକାର ପକ୍ଷରୁ ଦିଲ୍ଲୀ ବାସୀଙ୍କୁ ସ୍ବଚ୍ଛ ବାୟୁ ପ୍ରଦାନ କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ପଞ୍ଜାବ ଓ ହିରଆଣା ସରକାର ସହ ଯୋଗସୂତ୍ର ସ୍ଥାପନ କରାଯାଇ ପରାଲି ଉପରେ କଟକଣା ପାଇଁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *