କଂବୋଡିୟାର ରାଜା ନରୋଡୋମ ସିହାମୋନୀ ସୋମବାର ଦିନ ରାଜକୀୟ ଯାତ୍ରାରେ ଆସିବେ ଭାରତ

Spread the love

ନୂଆଦିଲ୍ଲୀ : କଂବୋଡିୟାର ରାଜା ନରୋଡୋମ ସିହାମୋନୀ ୨୯ ମଇରୁ ୩୧ ମଇ ମଧ୍ୟରେ ଭାରତର ରାଜକୀୟ ଯାତ୍ରାରେ ଭାରତ ଆସିବେ । ଛଅ ଦଶକ ପରେ କଂବୋଡିୟାର ରାଜା ଭାରତ ଆସୁଛନ୍ତି । ଏହା ପୂର୍ବରୁ ୧୯୬୩ରେ ବର୍ତମାନ ରାଜାଙ୍କ ପିତା ଭାରତ ଆସିଥିଲେ । ବିଦେଶ ମନ୍ତ୍ରାଳୟର ସଚିବ(ପୂର୍ବ) ସୌରଭ କୁମାର ଶୁକ୍ରବାର ଦିନ ଏକ ବିଶେଷ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜା ସିହାମୋନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିବେ । ଏହି ଅବସରରେ ଦ୍ୱିପକ୍ଷୀୟ ଏବଂ ବହୁପକ୍ଷୀୟ ବିଷୟ ଉପରେ ଚର୍ଚ୍ଚା ହେବ ।

Leave a Reply

Your email address will not be published. Required fields are marked *