ହିନ୍ଦୀ ଦିବସକୁ କୁମାରସ୍ବାମୀଙ୍କ ବିରୋଧ

Spread the love

ବାଙ୍ଗାଲୁରୁ: ହିନ୍ଦୀ ଦିବସ ପାଳନ ନ କରିବାକୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇଙ୍କୁ ଚିଠି ଲେଖିଛନ୍ତି। କୁମାରସ୍ୱାମୀ କହିଛନ୍ତି, ଯଦି କର୍ଣ୍ଣାଟକରେ ‘ହିନ୍ଦୀ ଦିବସ’ ପାଳନ କରାଯାଏ ତେବେ ଏହା କନ୍ନଡବାସୀଙ୍କ ସମ୍ମାନ ପ୍ରତି ହେବ ଆଘାତ। ମୁଖ୍ୟମନ୍ତ୍ରୀ ଟିକସଦାତାଙ୍କ ଟଙ୍କା ବ୍ୟବହାର କରି ହିନ୍ଦୀ ଦିବସ ପାଳନ କରିବା ଅନୁଚିତ ବୋଲି କୁମାର ସ୍ବାମୀ ଆହୁରି କହିଛନ୍ତି।

ହିନ୍ଦୀ ଦିବସକୁ ଜବରଦସ୍ତ ପାଳନ କରିବା କର୍ଣ୍ଣାଟକବାସୀଙ୍କ ପ୍ରତି ଅନ୍ୟାୟ ହେବ। ଯଦି ଆମେ ହିନ୍ଦୀ ଦିବସ ବଦଳରେ ଭାଷା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଉ ତେବେ ଆମେ କେନ୍ଦ୍ରକୁ ସମର୍ଥନ କରୁଥିବା ସ୍ପଷ୍ଟ। ଯଦି ବିଜେପି ଭାବୁଛି, ତ୍ରି-ଭାଷା ଫର୍ମୁଲା ଆଣି କର୍ଣ୍ଣାଟକରେ ହିନ୍ଦୀକୁ ସହଜରେ କାର୍ଯ୍ୟକାରୀ କରାଯାଇପାରିବ, ତେବେ ଏହାକୁ ବିରୋଧ କରାଯିବ।

ଦେଶର ଦକ୍ଷିଣାତ୍ୟ ରାଜ୍ୟରେ ଆଞ୍ଚଳିକ ଭାଷା ତଥା ଇଂରାଜୀକୁ ପ୍ରାଧାନ୍ୟ ଦିଆଯାଇଥାଏ। ହିନ୍ଦୀ ଭାଷା ପ୍ରତି ଏହି ରାଜ୍ୟମାନଙ୍କର ଆତ୍ମୀୟତା ନାହିଁ। ତେଣୁ କେନ୍ଦ୍ର ପକ୍ଷରୁ ହିନ୍ଦୀ ଦିବସ ଭାବେ ସେପ୍ଟେମର ୧୪କୁ ପାଳନ କରିବାକୁ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରୁଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *