ବିଦ୍ୟୁତ କରେଣ୍ଟରେ ଛାତ୍ରୀ ମୃତ

Spread the love

ଜୟପୁର:  ଜୟପୁର ଜିଲ୍ଲା କୁନ୍ଦ୍ରା ବ୍ଲକ ଦିଗାପୁର ଏସଏସଡି ହାଇସ୍କୁଲରେ ଅଘଟଣ। ସ୍କୁଲ ପରିସରରେ ଛାତ୍ରୀ ନିବାସର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ୧୬ବର୍ଷୀୟ ସବିତା ମାଠପଢ଼ିଆ। ବିଦ୍ୟାଳୟ ପରିସରରେ ଥିବା ହାଇବା ଲାଇଟର ସଂସ୍ପର୍ଶରେ ଆସି ଛିଟିକି ପଡି ଅଚେତ ହୋଇପଡିଥିଲେ ସବିତା। ସାଙ୍ଗ ସାଥି ଏବଂ ବିଦ୍ୟାଳୟ ଶିକ୍ଷଯାତ୍ରୀମାନେ ତାଙ୍କୁ ଆମ୍ୱୁଲାନ୍ସରେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିରଜା ଖାଡଙ୍ଗା ବୈପାରି ଗୁଡ଼ା ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଖବର ପାଇ ବୈପାରିଗୁଡା ପୋଲିସ ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *