ସିଆଇଏସଏଫ ଅଧିକାରୀଙ୍କୁ ମାରିଲେ ମହିଳା

Spread the love

ପୁନେ: ପୁନେ ବିମାନ ବନ୍ଦରରେ ଜଣେ ମହିଳା ଚତ୍କାର କରି ପାଟି କରିବା ସହ ଜଣେ ସି ଆଇ ଏସ ଏସ ଅଫିସରଙ୍କୁ ହାତ ଉଠାଇବାର ଭିଡିଓ ଏବେ ସୋସଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖା ଯାଉଛି ।

ମହିଳା ଜଣକ ପ୍ରଥମେ ଟାକ୍ସି ଡ୍ରାଇଭରକୁ ଭଡାନଦେଇ ଚାଲିଯାଉଥିଲେ  । ପରେ ସେଠାରେ     ସି ଆଇ ଏସ ଏଫ ଅଫିସର ମାମଲାରେ ହସ୍ତକ୍ଷେପ କରିଥିଲେ। ଯାହାକୁ ନେଇ ରାଗିଯାଇ ଅଧିକାରୀ ଉପରେ ହାତ ଉଠାଇ ଦେଇଥିଲେ । ପରେ ଅଭିଯୁକ୍ତ ମହିଳାକୁ ଗିରଫ କରିଯାଇ ହେପାଜତକୁ ନିଆ ଯାଇଥିଲା । ମହିଳା ଜଣକ ଗୁଞ୍ଜନ ଅଗ୍ରୱାଲ (25) ବୋଲି ଜଣା ପଡିଛି। ସେ ପୁନେର ଏକ ଆଇ ଟି କମ୍ପାନୀରେ କାମ କରୁଥିବାର ଜଣାପଡିଛି ।

ତେବେ ରବିବାର ରାତି ପ୍ରାୟ 2.30 ସମୟରେ ଜଣେ ମହିଳା ଉବେର ଟାକ୍ସି ଭଡାକରି ପୁନେ ବିମାନ ବନ୍ଦରକୁ ଯାଇଥିଲେ। ସଠାରେ ଟାକ୍ସି ଡ୍ରାଇଭରକୁ 2000 ଟଙ୍କା ଦେଖାଇଥିଲେ। ଡ୍ରାଇଭର ନିକଟରେ ଚେଞ୍ଜ ନଥିବା କଥା କହିବାରୁ ମହିଳା ଜଣକ ଭଡାନନେଇ ସେଠାରୁ ବିମାନ ବନ୍ଦରକୁ ଭିତରକୁ ଯିବା ଲାଇନରେ ଠିଆ ହୋଇଥିଲେ । ଟାକ୍ସି ଡ୍ରାଇଭର ଜଣକ ସେଠାରେ ଉପସ୍ଥିତ ଥିବା ସି ଆଇ ଏସ ଏଫ ଅଧିକାରୀଙ୍କୁ  ଘଟଣା ବିଷୟରେ କହିଥିଲେ । ଅଧିକାରୀ ମହିଳାଙ୍କ ପାଖକୁ ଯାଇ ପଚାରିବାରୁ ସେ ଚେଞ୍ଜ ନଥିବା କଥା କହିଲେ । ଏହାର ସମାଧାନ ପାଇଁ ଅଧିକାରୀ ଜଣକ 2000 ଟଙ୍କା ଚେଞ୍ଜ କରି ଟାକ୍ସି ଡ୍ରାଇଭରକୁ ତାର ପ୍ରାପ୍ୟ ଦେବାପାଇଁ କହିଲେ । ଏଥିରେ ଗୁ଼ଞ୍ଜନ ଉତ୍ୟକ୍ତ ହୋଇ ଜୋରେ ଚିଲେଇବାକୁ ଆରମ୍ଭ କରିଥିଲେ । ପୁଣି ଅଧିକାରୀ ଜଣକ ଟାକ୍ସି ଡ୍ରାଇଭରର ଟଙ୍କା  ଦେବା ପାଇଁ କହିବାରୁ ମହିଳା ଜଣକ ରାଗିଯାଇ ସି ଆଇ ଏସ ଏଫ ଅଫିସରଙ୍କୁ ମାଡ ମାରିଥିଲେ ।

ଗୁଞ୍ଜନଙ୍କ ହସପିଟାଲରେ ଚେକଅପ କରିବା ପରେ । ରବିବାର ଦିନ ମହିଳାଙ୍କୁ କୋର୍ଟକୁ ନିଆଯାଇଥିଲା।  ଇନ୍ସପେକ୍ଟର ବିବି ବାକଡେ କହିବା ଅନୁଯାୟୀ ମହଳା ଜଣକ କୋର୍ଟରେ ମଧ୍ୟ ଦସ୍ତଖତ କରିବା ପେପରକୁ ମଧ୍ୟ ଚିରିଦେଇଥିଲେ । ଆଇ ପି ସି ସେକ୍ସସନ ଉଲ୍ଲଙ୍ଘନ କରବା ସହ ସରକାରୀ ଅଫିସରଙ୍କ ମାଡ ମାରବା ପରେ ବି ସେଠାରେ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ । ।

Leave a Reply

Your email address will not be published. Required fields are marked *