ଉଧମପୁର ବସ ବିସ୍ଫୋରଣ ପଛରେ ପାକିସ୍ତାନୀ ଖୁବୈବ ହାତ

Spread the love

ଶ୍ରୀନଗର: ଜମ୍ମୁର ଉଧମପୁରରେ ହୋଇଥିବା ବସ ବ୍ଲାଷ୍ଟରେ ଜଣେ ଆତଙ୍କୀ ଗିରଫ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବା ସହ ଯୋଗାଯୋଗରେ ଥିଲା ଗିରଫ ଆତଙ୍କୀ। ଉଧମପୁରରେ ଗତ ୨୮ ଓ ୨୯ ତାରିଖରେ ଦୁଇଟି ବସରେ ଦୁର୍ଘଟଣା ହୋଇଥିଲା।

ଗିରଫ ଆତଙ୍କୀର ନାମ ମହମ୍ମଦ ଅସଲମ ସେଖ। ବସ ଦୁଇଟିକୁ ଆଇଇଡି ଦ୍ବାରା ରାମନଗର ବସଷ୍ଟାଣ୍ଡରେ ବିସ୍ଫୋରଣ ଘଟାଇଥିବା ପଚରାଉଚରା ବେଳେ ସେଖ ମାନିଛି। ସେ ଏହି ବିସ୍ଫୋରଣ ପାକିସ୍ତାନର ଡୋଡାରେ ରହୁଥିବା ପାକିସ୍ତାନୀ ହ୍ୟାଣ୍ଡଲର ମହମ୍ମଦ ଅମିନ ଭଟ ଓରଫ ଖୁବୈବ ନିର୍ଦ୍ଦେଶରେ କରିଥିଲା।

ଦୁଇଟି ଯାକ ବସ ଠିଆ ହୋଇଥିବା ବେଳେ ବିସ୍ଫୋରଣ କରାଯାଇଥିଲା। ଗୋଟିଏକୁ ଉଧମପୁରର ବୈଗ୍ରା ପେଟ୍ରୋଲ ପମ୍ପ ନିକଟ ଡୋମାଲ ଛକ ନିକଟରେ ତ ଅନ୍ୟଟିକୁ ଉଧମପୁର ବସଷ୍ଟାଣ୍ଡରେ ବ୍ଲାଷ୍ଟ କରାଯାଇଥିଲା।

ଏସମ୍ପର୍କରେ ଆଡିସିନାଲ ଡିଜି ମୁକେଶ ସିଂହ କହିଛନ୍ତି କି, ଅମିନ ଭଟ ଉଭୟ ବିସ୍ଫୋରଣରେ ସାମିଲ ଥିଲା। ସେ ପାକିସ୍ତାନରେ ରହୁଛି। ସୋସିଆଲ ମିଡିଆରେ ଆତଙ୍କବାଦୀ ଅସଲାମ ସେଖ ସହ ପରିଚୟ ହୋଇଥିଲା । ଡ୍ରୋନ ସାହାଯ୍ୟରେ ତାକୁ ୩ଟି ବୋମା ଓ ୪ଟି ଆଇଇଡି ଯୋଗାଇଦେଇଥିଲା ଭଟ। ସେଖ ଠାରୁ ୫ଟି ଆଇଡି  ସହ ୩ଟି ବୋମା ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଏଡିଜି।

Leave a Reply

Your email address will not be published. Required fields are marked *