କୁନୋ: ଦୁଇ ସପ୍ତାହ ତଳେ ନାମିବିଆରୁ ଆସିଥିବା ମାଇ ଚିତା ଆଶା ଗର୍ଭବତୀ। ଚିତା ଗର୍ଭବତୀ ହେବା ଏହି ପ୍ରୋଜେକ୍ଟକୁ ସଫଳ କରିବାର ଦାବିକୁ ବଳିଷ୍ଠ କରିଛି। ଆଶା ଠାରେ ଜଣେ ଗର୍ଭବତୀ ଚିତାର ସମସ୍ତ ଲକ୍ଷଣ ରହିଛି । ଆଶାର ବୟସ ସାଢେ ତିନି ବର୍ଷ ହୋଇଥିବା ବିଶେଷଜ୍ଞ କହିଛନ୍ତି ।
ଯଦି ଆଶା ଗର୍ଭବତୀ ହୁଏ ତେବେ ଏହା ତାର ପ୍ରଥମ ଗର୍ଭଧାରଣ ବୋଲି ଚିତା କନଜର୍ଭେସନ ଫଣ୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ କହିଛନ୍ତି। ନାମିବିଆରୁ ହିଁ ଏପରି ହୋଇଥିବା ଅନୁମାନ କରାଯାଉଛି । ଯଦି ଚିତା ଶାବକ ହୁଏ ତେବେ ତାଙ୍କୁ ଶାନ୍ତ ପରିବେଶ ଉପଲବ୍ଧ କରାଇବାକୁ ପଡିବ। ଏହାସହ ଆଖପାଖରେ କେହି ମଧ୍ୟ ରହିବାକୁ ହେବ ନାହିଁ । ଆଶାର ଖାଇବା ପିଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ କୁନୋରେ ଚିତା ଉପରେ ନଜର ରଖୁଥିବା ଅଧିକାରୀ କହିଛନ୍ତି, ଆଶା ଗର୍ଭବତୀ ଥିବାର ସମସ୍ତ ସଂକେତ ମିଳୁଛି। ତାର ବ୍ୟବହାର, ଶାରୀରିକ ଏବଂ ହରମୋନାଲ୍ ପରିବର୍ତ୍ତନରେ ଗର୍ଭଧାରଣ ନେଇ ସ୍ପଷ୍ଟ ହୋଇଛି। ଏହାକୁ ନେଇ ବନ ଅଧିକାରୀ ଉତ୍ସାହିତ ଥିବା ବେଳେ ଅକ୍ଟୋବର ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now