ଭାରତରେ ପ୍ରଥମ ଲିଥିୟମ ଭଣ୍ଡାର ଜମ୍ମୁରେ ଚିହ୍ନଟ

Spread the love

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଲିଥିୟମ ଭଣ୍ଡାର ଚିହ୍ନଟ। ଜମ୍ମୁ କାଶ୍ମୀରରେ ୫୯ ଲକ୍ଷ ଟନ ଲିଥିୟମ ଭଣ୍ଡାର ଥିବା କେନ୍ଦ୍ରର ସୂଚନା। ଲିଥିୟମ ଏକ ଅଣ ଲୌହ ଧାତୁ ଓ ଇବି ବ୍ୟାଟେରି ସବୁର ମୁଖ୍ୟ ଉପାଦାନ।

ଖଣି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଜିୟୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବା ଜିଏସଆଇ ଜମ୍ମୁର ରିୟାସି ଜିଲ୍ଲାର ସଲାଲ-ହୈମାନା ଅଞ୍ଚଳରେ ୫୯ ଲକ୍ଷ ଟନ ଲିଥିୟମ ଉତ୍ସର ପୁଷ୍ଟି କରିଛି। ଆହୁରି କୁହାଯାଇଛି କି, ଲିଥିୟମ ଓ ସୁନା ସହ ୫୧ ଖଣିଜ ବ୍ଲକ ସମ୍ବନ୍ଧିତ ରାଜ୍ୟ ସରକାରଗୁଡିକୁ ଦିଆଯାଇଛି ରିପୋର୍ଟ ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଚିହ୍ନଟ ୫୧ ଖଣିଜ ବ୍ଲକ ମଧ୍ୟରୁ ୫ଟି ସୁନା, ଅନ୍ୟ ସବୁ ପୋଟାଶ, ମୋଲିଭଡେମନ, ବେସ ଧାତୁ ଆଦିର ରହିଛି। ୧୧ଟି ରାଜ୍ୟ, ଜମ୍ମୁ କାଶ୍ମୀର, ଆନ୍ଧ୍ର ପଦେଶ, ଛତିଶଗଡ, ଗୁଜରାଟ, ଝାରଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନାରେ ଏସବୁ ରହିଛି। ୨୦୧୮-୧୯ରୁ ଏପର୍ଯ୍ୟନ୍ତ କରାଯାଇଥିବା କାମ ଆଧାରରେ ଜିଏସଆଇ ଦ୍ବାରା ଏହି ବ୍ଲକ ସବୁକୁ ପ୍ରସ୍ତୁତ କରାଯାଇଛି।

ଏସବୁ ବ୍ୟତିତ, ୭୮୯.୭୦ କୋଟି ଟନ କୋଇଲା ଓ ଲିଗ୍ନାଇଟ ସହ ଜଡିତ ୧୭ ରିପୋର୍ଟ ବି କୋଇଲା ମନ୍ତ୍ରଣାଳୟକୁ ଦିଆଯାଇଛି। ବୈଠକରେ ବିଭିନ୍ନ ବିଷୟ ଓ ଇଣ୍ଟରଭେନ୍‌ସନ କ୍ଷେତ୍ରରେ ଜିଏସଅଇ କାମ କରୁଛି। ଆହୁରି କୁହାଯାଇଛି କି, ବୈଠକରେ ଆଗାମୀ ୨୦୨୩-୩୪ କ୍ଷେତ୍ର ବର୍ଷ ପାଇଁ ପ୍ରସ୍ତାବିତ ବାର୍ଷିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଆଲୋଚନା ହୋଇଛି। ଏହି ସମୟରେ ଜିଏସଆଇ ୧୨ ସାମୁଦ୍ରିକ ଖଣିଜ ଯାଞ୍ଚ ପରିଯୋଜନାକୁ ମିଶାଇ ୩୧୮ ଖଣିଜ ଅନୁଧ୍ୟାନ ଯୋଜନା ସହ ମୋଟ ୯୬୬ କାର୍ଯ୍ୟକ୍ରମ ଚାଲୁରଖିଛି।

Leave a Reply

Your email address will not be published. Required fields are marked *