ଭଣ୍ଡାରେ ପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ନୀତି ସମ୍ପର୍ଣ୍ଣ

Spread the love

ଚମ୍ପୁଆ : ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା ରଥଯାତ୍ରା କମିଟି ଆନୁକୂଲ୍ୟରେ ପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇ ଯାଇଛି । ଭଣ୍ଡା ମଞ୍ଚେଶ୍ୱର ମହାଦେବ ମନ୍ଦିର ପରିସରରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜକ ଚୈତନ୍ୟ ଚରଣ ମିଶ୍ର ପୂଜା ଅର୍ଚନା କରି ଦେବସ୍ନାନବିଧି ଶୁଭାରମ୍ଭ କରିଥିଲେ । ପ୍ରଥମେ ନିକଟସ୍ଥ ବାଙ୍କୀସାହି ବଡ଼ ପୋଖରୀରୁ ଘଟରେ ଜଳ ଆଣି ପବିତ୍ର ଗଙ୍ଗା ପାଣି, ଚନ୍ଦନ ପାଣି ଓ ଘୃତରେ ଲଗାଇ ପଞ୍ଚାମୃତ ସ୍ନାନ, କ୍ଷୀର ସ୍ନାନ, ଜଳ ସ୍ନାନ, କୁମ୍ଭ ସ୍ନାନ ପରେ ଠାକୁର ଙ୍କୁ ନୂତନ ବସ୍ତ୍ର ପିନ୍ଦା ଯାଇ ଥିଲା । ତତ୍ପରେ ଧୂପ ଦୀପ ନଈବଦ୍ୟରେ ପୂଜା ଅର୍ଚନା କରି ଦେବ ନୀତି ସମାପନ କରାଯାଇଥିଲା । ଦେବସ୍ନାନ ନୀତିକୁ ପରିଚାଳନା ରେ କମିଟି ସଦସ୍ୟ ଦୁର୍ଯ୍ୟୋଧନ ମହାନ୍ତ, ଭଗବାନ ମହାନ୍ତ, ରୋହିତ ମହାନ୍ତ ସଦସ୍ୟା ଗୁରୁବାରୀ ମହାନ୍ତ, ଚନ୍ଦ୍ରକଳା ମହାରଣା, ଗୀତାରାଣୀ ମହାନ୍ତ, ଖଇର ମହାନ୍ତ, ମଞ୍ଜୁଳା ମହାନ୍ତ, ପଦ୍ମିନୀ ମହାନ୍ତ, କୁନ୍ତଳା ମହାରଣା, ଯାତ୍ରୀ ମହାନ୍ତ, ସଞ୍ଜୁ ମହାରଣା, ଜାନକୀ ମହାରଣା, ସତ୍ୟଭାମା ମହାନ୍ତ ପ୍ରମୁଖଙ୍କ ଦ୍ୱାରା ପରିଚାଳିତ ହୋଇ ଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ କମିଟି ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *