ବିଜେପି ନେତାଙ୍କ ଆତ୍ମହତ୍ୟା

Spread the love

ମୁମ୍ବାଇ: ମହାରାଷ୍ଟ୍ର ବିଜେପି ନେତାଙ୍କ ଆତ୍ମହତ୍ୟା। ବିଡ ଜିଲ୍ଲାର ବିଜେପି ମୁଖ୍ୟ ତାଙ୍କ ଘରେ ନିଜର ଲାଇସେନ୍ସ ବନ୍ଧୁକରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ ଅନୁଯାୟୀ, ବିଜେପିର ବିଡ ଜିଲ୍ଲା ମୁଖ୍ୟ ଭଗିରଥ ବିୟାଣୀ ମୀରା ନଗରସ୍ଥିତ ନିଜ ବାସଭବନରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ଗୁଳି ଫୁଟିବା ଶବ୍ଦ ଶୁଣି ପରିବାର ଲୋକେ ଆସି ଦେଖନ୍ତି ଭଗିରଥ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡିଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ କହିଛି, ବିଜେପିର ଏହି ୫୦ ବର୍ଷୀୟ ନେତା କିଛି ଦିନ ହେବ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତିକରୁଥିଲେ। ତେବେ ମାମଲାର ଯାଞ୍ଚ ଆରମ୍ଭ ହୋଇ ଯାଇଛି। ସେ ତାଙ୍କ ଅଞ୍ଚଳର ଜଣେ ଆଗଧାଡିର ନେତା ଥିଲେ। ତାଙ୍କ ବିୟୋଗରେ ବିଜେପିରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *