ମହାରାଷ୍ଟ୍ର : ବୁଲଢାଣା ଜିଲ୍ଲାରେ ବସ୍ ଟ୍ରକ୍ ଧକ୍କାରେ ଆଠ ଜଣଙ୍କର ମୃତ୍ୟୁ, ୧୩  ଆହତ

Spread the love

ମୁମ୍ବାଇ :  ମଙ୍ଗଳବାର ସକାଳେ ବୁଲଢାଣା ଜିଲ୍ଲାର ନାଗପୁର-ପୁନେ ରାଜପଥରେ ଥିବା ସିଂଧଖେଡାରାଜା ତହସିଲର ପଲାସଖେଡ ଚକ୍କା ଗ୍ରାମ ନିକଟରେ ଏସଟି ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସିଂଦଖେଦରାଜା  ଗ୍ରାମୀଣ ଡାକ୍ତରଖାନାରେ ଭର୍ତୀ  କରାଯାଇଛି । 

ପୋଲିସର ସୂଚନାନୁସାରେ, ଏସଟି ବସ୍  ସମ୍ଭାଜୀ ନଗରରୁ ୱାଶିମ୍ ଅଭିମୁଖେ ଯାଉଥିଲା ।  ସକାଳ ପ୍ରାୟ ୬ ଟା ବେଳେ ଏସଟି ବସ ନିୟନ୍ତ୍ରଣ ହରାଇ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଘଟଣାରେ  ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଉ ତିନି ଜଣଙ୍କର ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *