ସମୃଦ୍ଧି ପଥେ ମହାରାଷ୍ଟ୍ର

Spread the love

() ରବିବାର ମହାରାଷ୍ଟ୍ର ପାଇଁ ହୋଇଛି ବରଦାନର ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ରାଜ୍ୟରେ ୭୫ହଜାର କୋଟି ଟଙ୍କାରେ ହୋଇଥିବା ଏକାଧିକ ଯୋଜନାର  ଉଦ୍‌ଘାଟ କରାଯାଇଛି। ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ଏକାଧିକ ମେଗା ପ୍ରୋଜେକ୍ଟର ଶୁଭାରମ୍ଭ ଓ ଶିଳାନ୍ୟାସ କରି ରାଜ୍ୟର ସମୃଦ୍ଧିକୁ ଆହୁରି ତ୍ବରାନ୍ବିତ କରିଛନ୍ତି। ଦିନର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନାଗପୁର- ବିଳାଶପୁର ମଧ୍ୟରେ ଦେଶର ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ସଙ୍କେତ ଦେଇଥିଲେ। ଏହା ପରେ ଫ୍ରିଡମ ପାର୍କରୁ ଖପରି ପର୍ଯ୍ୟନ୍ତ ବ୍ୟାପ୍ତ ମେଟ୍ରୋ  ରେଳ ପ୍ରୋଜେକ୍ଟର ପ୍ରଥମ ଚରଣର ଶୁଭାରମ୍ଭ ସହ ଦ୍ବିତୀୟ ଚରଣର ଶିଳାନ୍ୟାସ କରିଛନ୍ତି। ସେହିପରି ମହାରାଷ୍ଟ୍ର ମହାମାର୍ଗ ଓ ନାଗପୁର ଏମ୍ସର ଉଦ୍ଘାଟନ କରିଛନ୍ତି। ନାଗପୁରରେ ନାଗପୁର ଇନଷ୍ଟିଚ୍ୟୁଟ ଅଫ ୱାନ ହେଲ୍ଥ ବା ଏନଆଇଓ ଓ ନାଗ ନଦୀ  ପ୍ରଦୂଷଣ ନିବାରଣ ଯୋଜନାର କରିଛନ୍ତି ଶିଳାନ୍ୟାସ ।

ଗୋଟିଏ ଦିନରେ ରାଜ୍ୟର ବିକାଶ ଦିଗରେ ୭୫ ହଜାର କୋଟି ଟଙ୍କାର ଏକାଧିକ ଯୋଜନାର ଉଦ୍‌ଘାଟନ ସହ ହୋଇଛି ଶିଳାନ୍ୟାସ। ଏହାକୁ ଡବଲ ଇଞ୍ଜିନ ସରକାରରର ପ୍ରତିଫଳନ ବୋଲି କୁହାଯାଉଛି। ରବିବାର ସକାଳେ ପ୍ରଧାନମନ୍ତ୍ରୀ ନାଗପୁରରେ ପହଞ୍ଚିବା ସେଠାରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ପ୍ରମୁଖ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହା ପରେ ନାଗପୁରଠାରୁ ବିଳାଶପୁର ମଧ୍ୟରେ ଚାଲିବାକୁ ଥିବା ଦେଶର ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜା ପତାକା ଦେଖାଇ ପଟରିରେ ଗଡିବା ଦେଇଥିଲେ ସବୁଜ ସଙ୍କେତ। ଏହା ପରେ  ନାଗପୁର ମେଟ୍ରୋ ରେଳ ଯୋଜନାର ପ୍ରଥମ ପର୍ଯ୍ୟାୟର ଉଦ୍‌ଘାଟନ କରିଥିଲେ। ସେଠାରେ ମୋଦି ମେଟ୍ରୋରେ ଯାତ୍ରା ପାଇଁ ଟିକେଟ କିଣିବା ସହ ଛାତ୍ରଛାତ୍ରୀଙ୍କ ସହ ମେଟ୍ରୋ ଯାତ୍ରା କରିଥିଲେ। ଏହି ସମୟରେ ସେ ପିଲାମାନଙ୍କ ସହ ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋର ଦ୍ବିତୀୟ ଚରଣର ଶିଳାନ୍ୟାସ କରିଥିଲେ। ଏହି ରେଳ ପ୍ରୋଜେକ୍ଟ ପାଇଁ ୬୭ହଜାର କୋଟି ଟଙ୍କାର ଆକଳନ କରାଯାଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କୁ ସେଠାକାର ପାରମ୍ପରିକ ବାଜା ନଗାରା ବଜାଇବାର ଦେଖିବାକୁ ମିଳିଛି।  ମୋଦି ବିଦର୍ଭରେ ଏକ ସାର୍ବଜନୀନ ସମାରୋହରେ ୧୫ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଏକ ରେଳ ଯୋଜନାର ମଧ୍ୟ କରିଥିଲେ ଆରମ୍ଭ ।

ସେହିପରି ବିଦର୍ଭରେ ନିର୍ମିତ ଏମ୍ସକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ହସ୍ପିଟାଲର ଶିଳାନ୍ୟାସ ୨୦୧୭ ଜୁଲାଇରେ ହୋଇଥିଲା। ଏହା ବିଦର୍ଭରେ ଆଧୁନିକ ଚିକିତ୍ସା ସୁବିଧା ଯୋଗାଇଦେବାରେ ସହାୟକ ହେବ। କାରଣ  ଦୀର୍ଘ ଦିନରୁ ହସ୍ପିଟାଲ ପାଇଁ ଗଢଚିରୋଲି, ଗୋନ୍ଦିଆ, ମେଲଘାଟ ପରି ଅଞ୍ଚଳବାସୀ ଦାବି କରିଆସୁଥିଲେ। ରବିବାର ମୋଦିଙ୍କ ଭେଟି ମଧ୍ୟରେ ବିଦର୍ଭକୁ ବିଶେଷ ଗୁରୁତ୍ବ ଦିଆଯିବା ପରି ମନେ ହୋଇଥିଲା। ୨୦୧୯ରେ ଶୁଭ ଦେଇଥିବା ସେଣ୍ଟର ଫର ରିସର୍ଚ୍ଚ, ମ୍ୟାନେଜମେଣ୍ଟ ଆଣ୍ଡ କଣ୍ଟ୍ରୋଲ ଅଫ ହିମୋଗ୍ଲୋବିନୋପାଥିସକୁ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗ କରିଥିଲେ।  ବିଦର୍ଭ ହେଉଛି ଆଦିବାସୀ ବହୁଳ ଅଞ୍ଚଳ।

ଏଠାକାର ଲୋକଙ୍କ ମଧ୍ୟରୁ ଅଧିକାଂଶ ସିକଲ ସେଲ, ଥାଲାସିମିଆ, ଏଚବିଇ ପରି ହେମୋଗ୍ଲୋବିନ ଜନିତ ରୋଗ ଦେଖାଦେଇଥାଏ। ଏହା ଦେଶ ପାଇଁ ବୋଝ ହୋଇ ଠିଆହୋଇଥିବା ବେଳେ ଏହାର ସମାଧାନ ପାଇଁ ଚନ୍ଦ୍ରପୁରର ଏହି ସେଣ୍ଟର ସହାୟକ ହେବ ବୋଲି କୁହାଯାଉଛି। ଏହା ବ୍ୟତୀତ ହେମୋଗ୍ଲୋବିନୋପାଥୀ  କ୍ଷେତ୍ରରେ ନୂଆ ଅନୁସନ୍ଧାନ, ବିକାଶ ଓ ମାନବ ସମ୍ବଳର ବିକାଶ ସମ୍ଭବ ହୋଇପାରିବ।  ସେହିପରି  ଚନ୍ଦ୍ରପୁରରେ ସ୍ଥାପିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା ସିଆଇପିଟିକୁ ମଧ୍ୟ ଉଦ୍ଘାଟ କରିଛନ୍ତି। ଟେକ୍ନୋଲୋଜି ଓ ଇନଫ୍ରାଷ୍ଟ୍ରକ୍ଚର ନିବେଶ କରି ସିଙ୍ଗାପୁର  ଓ ଗଲ୍ଫ ରାଷ୍ଟ୍ର ସମୂହ ଆଜି ଅର୍ଥିକ ପେଣ୍ଠସ୍ଥଳୀ ପାଲଟିଛନ୍ତି। ତେଣୁ ନିଜ ପାଖରେ ଥିବା ଏହି ଉପାଦାନର ନିବେଶ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି।

ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମହାରାଷ୍ଟ୍ରରେ ହୋଇଥିବା ବହୁବିଧ ଯୋଜନାର ଉଦ୍‌ଘାଟନୀ ଓ ଶିଳାନ୍ୟାସ ଭିତରେ ସବୁଠାରୁ ବଡ ଓ ଚର୍ଚ୍ଚିତ ଯୋଜନା ହେଉଛି ସମୃଦ୍ଧି ମହାମାର୍ଗର ପ୍ରଥମ ଫେଜର ଉଦ୍‌ଘାଟନ।ନାଗପୁରରୁ ମୁମ୍ବାଇ ମଧ୍ୟରେ ୫୨୦ କିଲୋମିଟର ପରିବ୍ୟାପ୍ତ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ପ୍ରଥମ ଚରଣକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ମୋଟ ୭୦୧ କିଲୋମିଟରର ଏହି ସମୃଦ୍ଧି ମହାମାର୍ଗର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ୫୫ହଜାର କୋଟି ଟଙ୍କାରେ ନିର୍ମିତ ଏହି ଜାତୀୟ ରାଜପଥ ରାଜ୍ୟର ଅମରାବତୀ, ଔରଙ୍ଗାବାଦ ଓ ନାସିକ ପରି ପ୍ରମୁଖ ସହର ହୋଇ ୧୦ଟି ଜିଲ୍ଲା ମଧ୍ୟରେ ପରିବ୍ୟାପ୍ତ। ଏହି ଏକ୍ସପ୍ରେସୱେ ନିକଟରେ ଥିବା ଅନ୍ୟ ୧୪ଟତ ଜିଲ୍ଲା ସହ ଯୋଗାଯୋଗ ସୁବିଧାକୁ ମଧ୍ୟ ସହଜ ସରଳ କରି ଗଢିତୋଳିବ, ଯେଉଁଥିରେ ବିଦର୍ଭ ମରାଠାଓ୍ୱାଡା, ଉତ୍ତର ମହାରାଷ୍ଟ୍ର ସହ ରାଜ୍ୟର ୨୪ ଜିଲ୍ଲାର ବିକାଶକୁ ଦେବ ଗତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ଦେବେନ୍ଦ୍ର ଫଡନବିସ ଓ ଅନ୍ୟ ନେତୃବୃନ୍ଦ।

ସେହିପରି  ମୋଦି ନାଗପୁରରେ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଆଜି ଯେଉଁ ଯୋଜନା ଗୁଡିକାର ଲୋକାର୍ପଣ ହୋଇଛି, ସେଥିରେ ଦୁଇଟି ପ୍ରସଙ୍ଗ ରହିଛି। ଏହି ଦୁଇଟି ଭିନ୍ନ ଧରଣର  ଇନ୍‌ଫ୍ରାଷ୍ଟକ୍ଚର ଯୋଜନା। ଯେମିତି ବନ୍ଦେ ଭାରତ ଓ ଏମ୍ସ। ଯେମିତି ଏକ ଫୁଲ ତୋଡାରେ ଭିନ୍ନ ଭିନ୍ନ ଫୁଲ ରହିଥାଏ। ସେହିପରି ରହିଛି ବିକାଶର ତୋଡା। , ଯାହାର ବାସ୍ନା ଦୂର ଦୂର ପର୍ଯ୍ୟନ୍ତ ବ୍ୟାପିଯିବ। ମୋଦି ଆହୁରି କହିଥିଲେ କି, ଦେଶରେ ପ୍ରଥମ ଥର ପାଇଁ ଏପରି ସରକାର ଆସିଛି ଯିଏ ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ଏକ ନାବୀୟ ସ୍ବରୂପ ଦେଇଛି। ପ୍ରତିଟି ଯୋଜନାରେ ଏକ ମାନବୀୟ ସ୍ପର୍ଶ ଥିବା କହିଥିଲେ ମୋଦି। ସେ ଆହୁରି ନିଜ ସମ୍ବୋଧନରେ ଉଲ୍ଲେଖ କରିଥିଳେ କି, ଯେତେବେଳେ ଇନ୍‌ଫ୍ରାଷ୍ଟକ୍ଚର କାମରେ ସମ୍ବେଦନା ରହିବ ନାହିଁ, ତାହା ଶୂନ୍ୟ ହେବ ମାନବୀୟ ସ୍ବରୂପରେ। କେବଳ ଲୁହା ଓ ପଥର ସାଧାରଣ ଜନତାର କ୍ଷୟକ୍ଷତିର କାରଣ ହେବ।

ପ୍ରଧାନମନ୍ତ୍ରୀ ଯୋଜନା ସହ ମାନବୀୟ ସ୍ପର୍ଶର ଗୁରୁତ୍ବକୁ ଦର୍ଶାଇବାକୁ ଯାଇ ଆହୁରି କହିଥିଲେ କି, ମୁଁ ଏମିତି ଏକ ବନ୍ଧର ସ୍ମରଣ କରାଉଛି  ଯାହାର ନିର୍ମାଣ ପାଇଁ ୪୦୦ କୋଟି ଟଙ୍କାର ଆକଳନ କରାଯାଇଥିଲା। କିନ୍ତୁ ବର୍ଷ ବର୍ଷ ଧରି ସମ୍ବେଦନାର ଅଭାବରୁ ତାହା ପୂରା ନ ହୋଇ ସେମିତି ଲଟକି ରହିଥିଲା।  ପରେ ଏହାର ଖର୍ଚ୍ଚ ୪୦୦ କୋଟିରୁ ବଢି ହୋଇଥିଲା ୧୮ ହଜାର କୋଟ ଟଙ୍କା। ତେବେ ୨୦୧୭ରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ସେହି ଲଟି ରହିଥିବା କାର୍ଯ୍ୟର ଆରମ୍ଭ କରାଯାଇଥିଲା। ଏହାକୁ ଶେଷ କରିବାକୁ ୩ଟି ଦଶକ ଅତିବାହିତ ହୋଇଥିଲେ ମଧ୍ୟ ଖୁସି କି ଏହା ଚଳିତ ବର୍ଷ ଶେଷ ହୋଇଛି। ସେ ଆହୁରି କହିଛନ୍ତି କି, ଅତୀତରେ ଦେଶ ଅନେକ ଶିଳ୍ପ ବିପ୍ଳବକୁ ହାତ ଛଡା କରି ସାରିଛି। ହେଲେ ଆଜି ଆସିଥିବା ଏହି ୪ ଶିଳ୍ପ ବିଳ୍ପବକୁ କୌଣସି ପ୍ରକାରେ ଦେଶ ହାତ ଛଡା କରିବାର ଭୁଲ କରିବ ନାହିଁ।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆଜି  ଉଦ୍‌ଘାଟିତ ହୋଇଥିବା ସମୃଦ୍ଧି ମହାମାର୍ଗ ଉପରେ ଶିବସେନା ଆରମ୍ଭ କରିଛି ରାଜନୀତି।

Leave a Reply

Your email address will not be published. Required fields are marked *