ମନୋହର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବା ଆରମ୍ଭ

Spread the love

ପାନାଜୀ: ଗୋଆ ମୋପାର ମନୋହର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଛି। ଗୁରୁବାର ଦିନ ବିମାନ ବନ୍ଦରରେ ପ୍ରଥମ ବ୍ୟବସାୟିକ ବିମାନ ଅବତରଣ କରିଛି ।  ପ୍ରଥମ ବିମାନ ଅବତରଣ ପରେ ସେଠାରେ ଦେଖିବାକୁ ମିଳିଛି ଉତ୍ସାହ।

ଗୁରୁବାର ମନୋହର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଥମ ବିମାନ ସେବା ଆରମ୍ଭ ହୋଇଛି। ମୋପାଙ୍କ ଆନ୍ତର୍ଜାତିକ ବିମାନ ବନ୍ଦରରେ ବ୍ୟବସାୟିକ ବିମାନ ଅବତରଣ ପରେ ଯାତ୍ରୀମାନଙ୍କୁ ବିପୁଳ ସ୍ୱାଗତ କରାଯାଇଛି ।  ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ମନୋହର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚି ବିମାନକୁ ସ୍ବାଗତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବ୍ୟବସାୟିକ ବିମାନର ଅବତରଣରେ ଗୋଆର ବାଣିଜ୍ୟିକ ଅଭିବୃଦ୍ଧି ହେବା ସହ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ସାହାୟକ ହେବ। ରାଜ୍ୟର ଅର୍ଥନୀତିରେ ମୋପା ବିମାନ ବନ୍ଦର ବହୁଭାବେ ସାହାଯ୍ୟ କରିବ। ବିଶ୍ବସ୍ତରରେ ଗୋଆର ପର୍ଯ୍ୟଟନ ଶିଳ୍ପ ଆହୁରି ଅଧିକ ଆଦୃତ ହୋଇପାରିବ।  ପୂର୍ବରୁ ଏହି ବିମାନ  ବନ୍ଦରକୁ ପ୍ରଧାନ ମନ୍ତ୍ରୀ ମୋଦି ଉଦଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *