ରାୟପୁର ପିଏନବି କମ୍ପ୍ଲେକ୍ସରେ ଭୀଷଣ ନିଆଁ

Spread the love

ରାୟପୁର : ଛତିଶଗଡ଼ର ରାଜଧାନୀ ରାୟପୁରର ମୋତିବାଗ ବଞ୍ଜାରୀ ଚୌକ ସ୍ଥିତ ଲାଲଗଙ୍ଗା ସିଟି ମାର୍ଟ ର ପିଏନବି କମ୍ପେ୍ଲକ୍ସରେ ଘଟିଛି ଅଗ୍ନିକାଣ୍ଡ । ଫଳରେ ଏଠାରେ ଥିବା ରେକର୍ଡ଼ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି । କିପରି ଓ କେଉଁ ପରିସ୍ଥିତିରେ ଏଠାରେ ନିଆଁ ଲାଗିଲା ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଏଟିଏମ୍ ସହିତ ୬ରୁ ୭ଟି ଦୋକାନକୁ ନିଆଁ ଧରିଥିଲା । ବାହାରେ ଥିବା କେତେକ ଗାଡ଼ି ମଧ୍ୟ ଜଳିପୋଡି ଛାରଖାର୍ ହୋଇଯାଇଛି ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁଲିଭା କାର୍ଯ୍ୟ ଜାରୀ ରଖିଛି । କମ୍ପେ୍ଲକ୍ସର ଉପର କୋଠାରେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *