ଫୋକସରେ ମିଲେଟ୍ସ ଉତ୍ପାଦନ

Spread the love

() ବିଶ୍ୱର ଫୋକସରେ ମିଲେଟ୍ସ ଉତ୍ପାଦନ । ମିଲେଟ୍ସ ମିଶନରେ ସ୍ଥାନ ପାଇଛି ନଅ ପ୍ରକାର ଲଘୁ ଜାତୀୟ ଶସ୍ୟ । ଏହି ଶସ୍ୟର ଉତ୍ପାଦନ ହାର ବୃଦ୍ଧି ଏବଂ ବହୁଳ ବ୍ୟବହାର କରିବା ପାଇଁ ଆରମ୍ଭ ହୋଇଛି ମିଲେଟ୍ସ ମିଶନ। ଏହି ଲଘୁଜାତ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେ ରହିଛି । କୋରାପୁଟ ଜିଲ୍ଲାର ମାଣ୍ଡିଆ, ସୁଆଁ ଏବଂ କାନ୍ଦୁଲ ଭଳି ପୁଷ୍ଟିକର ଲଘୁଜାତ ଶସ୍ୟ ଏହି ମିଲେଟ୍ସ ମିଶନରେ ସ୍ଥାନ ପାଇଛି । ଏଣୁ ସବୁ ଶସ୍ୟର ଉତ୍ପାଦନ ହାର ବୃଦ୍ଧି କରି ଅନ୍ତର୍ଜାତୀୟ ସ୍ତରରେ କୋରାପୁଟ ଜିଲ୍ଲାର ପରିଚିତ ସୃଷ୍ଟି କରିବା ପାଇଁ ଜୟପୁରରେ ଆନ୍ତର୍ଜାତିୟ ମିଲେଟ୍ସ ମିଶନ ୨୦୨୩  ପାଳନ କରାଯାଇଛି ।

ଲଘୁ ଜାତୀୟ ଶସ୍ୟ ଉପରେ ରହିଛି ସାରା ବିଶ୍ୱର ନଜର। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏସବୁ ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ମିଲେଟ ମିଶନ ଆରମ୍ଭ କରିଛନ୍ତି। ଏହି ମିଲେଟ୍ସରେ ନଅ ପ୍ରକାର ଲଘୁ ଜାତୀୟ ଶସ୍ୟକୁ ସ୍ଥାନ ମିଳିଛି। ମାଣ୍ଡିଆ, ସୁଆଁ, କାଙ୍ଗୁ,ବାରଲି ଭଳି ଲୋପ ପାଇଯାଉଥିବା ଶସ୍ୟକୁ ଉତ୍ପାଦନ ବୃଦ୍ଧି କରିବା ଏବଂ ଏସବୁ ଶସ୍ୟରେ ଖାଦ୍ୟ ପ୍ରସ୍ତୁତ କରି ବ୍ୟଞ୍ଜନ କରିବା ନେଇ ସଚେତନ କରାଯାଉଛି। ଜୟପୁର ଉମରି ଏଫସିଆଇ ଠାରେ ଭାରତୀୟ ଖାଦ୍ୟ ନିଗମ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମିଲେଟ୍ସ ବର୍ଷ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ କୋରାପୁଟର ମାଣ୍ଡିଆରୁ ପ୍ରସ୍ତୁତ ଚାହା, ମିକସ୍ଚର, ସୁପ, କେକ, ବରା, ପକୁଡି, ସୁଆଁ ଓ କାଙ୍ଗୁରୁ ପ୍ରସ୍ତୁତ ଲଡୁ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଦର୍ଶିତ କରିଥିଲେ। ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ମାଣ୍ଡିଆ ବ୍ୟତୀତ  ସୁଆଁ, କାଙ୍ଗୁ,ବାର୍ଲି,ବାଜରା ଉତ୍ପାଦନ ହାର ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ଜୟପୁର ଡିଭିଜନ ମେନେଜର।

ଅନ୍ୟପଟେ ଦେଖିବାକୁ ଗଲେ ଲଘୁ ଜାତୀୟ ଶସ୍ୟର ଉତ୍ପାଦନ ହାର ସମଗ୍ର ବିଶ୍ୱରେ କମୁଛି । ଏସବୁ ଶସ୍ୟରେ ଗହମ,ଚାଉଳ ତୁଳନାରେ ଅଧିକ ଉପଦେୟତା ରହିଛି । ସାରା ବିଶ୍ୱ ଏହା ଉପଲବ୍ଧ କରିସାରିଛି । ଏଣୁ ବିଲୁପ୍ତ ହେବା ପୂର୍ବରୁ ଏହାର ଉତ୍ପାଦନ ହାର ବୃଦ୍ଧି, ବ୍ୟବସାୟିକ କ୍ଷେତ୍ରରେ ଅଗ୍ରଗତି ତଥା ବିପୁଳ ପରିମାଣରେ ବ୍ୟବହାର ପାଇଁ ପ୍ରୟାସ ଆରମ୍ଭ ହୋଇଛି । ମିଲେଟ୍ସ ବ୍ୟବହାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହ ରକ୍ତରେ ଶର୍କରା, ହୃଦରୋଗ, ଅଦୃଶ୍ୟତା ଏବଂ ଅନ୍ୟାନ୍ୟ  ରୋଗକୁ ରୋକିବ। ସେପଟେ ଦୀର୍ଘ ବର୍ଷ ହେବ କୋରାପୁଟ ଜିଲ୍ଲାରେ ଏସବୁ ଶସ୍ୟ ଉତ୍ପାଦନ ବୃଦ୍ଧି ଏବଂ ଏହାର ଉପକାରୀତା ନେଇ ଦୀର୍ଘ ବର୍ଷ ହେଲା ଜୟପୁର ସ୍ୱାମିନାଥନ ଅନୁଷ୍ଠାନ ରିସର୍ଚ୍ଚ କରି ଆସୁଛି ବୋଲି ବୈଜ୍ଞାନିକ ପ୍ରଶାନ୍ତ ପରିଡା କହିଛନ୍ତି ।

ଏବେ ଲଘୁଜାତ ଶସ୍ୟର ଉପାଦେୟତା କେତେ ତାହା ମନୁଷ୍ୟ ଉପଲବ୍ଧ କରୁଛି । ଏସବୁ ଶସ୍ୟ ବିଲୁପ୍ତି ହେବା ପୂର୍ବରୁ ତାହାର ଉତ୍ପାଦନ ହାର ବୃଦ୍ଧି କରି ବିପୁଳ ବ୍ୟବହାର ପାଇଁ ମିଶନ ମିଲେଟସ ମାଧ୍ୟମ ରେ ପ୍ରୟାସ ଆରମ୍ଭ ହୋଇଛି।

ରଞ୍ଜନକୁମାର ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *