୪ରେ ହିମାଚଳ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି

Spread the love

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରୁଛି। ତେଣୁ ହିମାଚଳ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ନଭେମ୍ବର ୫ ଓ ୯ରେ ୨ଟି କରି ୪ଟି ରାଲିକୁ ସମ୍ବୋଧନ କରିବେ ମୋଦି। ୫ ତାରିଖରେ ମଣ୍ଡି ଓ ସୋଲନର ନିର୍ବାଚନ ରାଲିକୁ ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୯ ତାରିଖରେ  ମଧ୍ୟ ଦୁଇଟି ରାଲିରେ ଦେବେ ଭାଷଣ।

ସେହିପରି ୪ ତାରିଖରେ ଦଳର ଅଧ୍ୟକ୍ଷ ଜେ ପି ନଡ୍ଡା  ଭିଜନ ଡକୁ୍ୟମେଣ୍ଟ ଜାରି କରିବାକୁ ଯାଉଛନ୍ତି। ୧୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୮ରେ ଭୋଟ ଗଣତି ହେବ। ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ବିଜେପି ବିକାଶର ଦାବି କରି ଭୋଟରଙ୍କୁ ଆକୃଷ୍ଟ କରୁଥିବା ବେଳେ କଂଗ୍ରେସ ପେନସନ ସ୍କିମ ଓ ୧ ଲକ୍ଷ ରୋଜଗାର ନାରା ଦେଇ ଭୋଟ ଜିତିବାକୁ ଚେଷ୍ଟା କରୁଛି।

Leave a Reply

Your email address will not be published. Required fields are marked *