କୃତି ଶିକ୍ଷକଙ୍କ ସହ ମୋଦିଙ୍କ ବାର୍ତ୍ତାଳାପ

ନୂଆଦିଲ୍ଲୀ: ଗୁରୁ ଦିବସରେ ରାଷ୍ଟ୍ରୀୟ ଶିକ୍ଷକ ପୁରଷ୍କାରରେ ସମ୍ମାନିତ ଶିକ୍ଷକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତାଳାପ । ୪୫ କୃତି ଶିକ୍ଷକଙ୍କ ସହ ଭାବ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ। କୃତି ଶିକ୍ଷକ ଶିକ୍ଷାଦାନରେ ନୂଆ ଓ ନିଆରା ପଦକ୍ଷେପ ନେଇଥିବାରୁ ସେମାନଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

ପବିତ୍ର ଗୁରୁ ଦିବସରେ ୪୫ କୃତି ଶିକ୍ଷକଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରୀୟ ଶିକ୍ଷକ ପୁରଷ୍କାରରେ ସମ୍ମାନିତ କରିଛନ୍ତି। ଆଉ ଏହି ଶିକ୍ଷକଙ୍କ ସହ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶିକ୍ଷାଦାନରେ ସେମାନଙ୍କ ନିଆରା ଅନୁଭୂତି, ଅଭିଜ୍ଞତା, ସଂଘର୍ଷ ଓ ସ୍ନତନ୍ତ୍ର ପଦକ୍ଷେପ ବାବଦରେ ଅବଗତ ହୋଇଛନ୍ତି ପ୍ରଧାନମନ୍ତ୍ରୀ।

କିଏ କହିଲେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଛାତ୍ରଛାତ୍ରୀଙ୍କ ଭିତରେ ଗ୍ୟାପ୍ କମାଇବାକୁ ସେ ନୂଆ ଟେକ୍ନୋଲୋଜି ପ୍ରୟୋଗ କରିଛନ୍ତି। ତ କିଏ କହିଲେ, ତାଙ୍କରି ନିଆରା ପ୍ରୟାସ ବଳରେ ୯୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଜର ହ୍ୟାଣ୍ଡ ରାଇଟିଂରେ ସୁଧାର ଆଣିଛନ୍ତି। ତ ପୁଣି କିଏ କହିଛନ୍ତି, ପିଲାଙ୍କ ଲାଗି ସାଇନ୍ସ ଲାଇବ୍ରେରୀ ସେଟଅପ କରି ଇ-ଭିଡ଼ିଓ, ଅନଲାଇନ ଟିଚିଂ ମଡ୍ୟୁଲ୍  ଉପରେ ପିଲାଙ୍କ ଆଗ୍ରହ ସୃଷ୍ଟି କରିଛନ୍ତି। କିଏ ତାଳି ବଜାଇ ହର୍ଷ ଉଲ୍ଲାସରେ ଶ୍ରେଣୀ କ୍ୟାମ୍ପସରେ ପିଲାଙ୍କୁ ମାନସିକ ଚାପରୁ ଦୂରେଇ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି।

ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ସର୍ବାଗ୍ରେ ରହିଛି। ସମର୍ପଣ ମନୋଭାବରେ କାମ କଲେ ଦେଶର ଭବିଷ୍ୟତ ଉଜ୍ୱଳ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *