ଭାରତକୁ ବୁଲି ଆସିଥିବା ମୁସଲମାନ ଦମ୍ପତିଙ୍କ ହିନ୍ଦୁ ରିତିରେ ବିବାହ

Spread the love

ଲକ୍ଷ୍ନୌ: ବୁଲିବାକୁ ଆସିଥିଲେ ଭାରତ। ହେଲେ ଭାରତୀୟ ସଂସ୍କୃତି ପ୍ରତି ଏମିତି ପ୍ରଭାବିତ ହେଲେ କି ଏକ ଆମେରିକୀୟ ମୁସଲମାନ ଦମ୍ପତି ହିନ୍ଦୁ ରିତିନିତିରେ କରିଛନ୍ତି ବିବାହ। ମହାଦେବ ମନ୍ଦିରରେ ପ୍ରଭୁ ଆଶୁତୋଷଙ୍କୁ ସାକ୍ଷୀ ରଖି ସାତ ଫେରା ନେବା ସହ ପତ୍ନୀଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ସ୍ବାମୀ।

ଉତ୍ତର ପ୍ରଦେଶର ଜୋନପୁରରେ ଥିବା ତ୍ରିଲୋଚନ ମହାଦେବ ମନ୍ଦିରରେ  ବିବାହ କରିଛନ୍ତି ଆମେରିକୀୟ ମୁସଲମାନ ଦମ୍ପତି କିୟାମହ ଦିନ ଖଲିଫା ଓ କେଶା ଖଲିଫା। ଉଭୟ ବୁଲିବାକୁ ଭାରତ ଆସିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରେ ବୁଲିବା କାଳରେ ସେମାନଙ୍କୁ ହିନ୍ଦୁ ସଂସ୍କୃତି ଏପରି ପ୍ରଭାବିତ କରିଥିଲା କି, ଉଭୟ ହିନ୍ଦୁ ରିତିନିତିରେ ବିବାହ କରିଛନ୍ତି। ତେବେ ଉଭୟଙ୍କର ପୂବରୁ ନିକାହ ହୋଇଥିଲା।

ଉଭୟଙ୍କ ବିବାହ କରାଇଥିବା ପୂଜକ ରବି ଶଙ୍କର ଗିରିଙ୍କ ଅନୁଯାୟୀ, ୪୦-୪୫ ବର୍ଷୀୟ ଦମ୍ପତି ପୂର୍ବରୁ ବିବାହ କରିଥିଲେ। ପୁରୁଷ ଜଣଙ୍କ ୯ ସନ୍ତାନର ପିତା । ସେହିପରି ଯୁବତୀ ଜଣଙ୍କ କହିଛନ୍ତି କି, ତାଙ୍କ ଜେଜେ ଜଣେ ମୂଳ ଭାରତୀୟ ହିନ୍ଦୁ। କିନ୍ତୁ ଉଭୟଙ୍କ ପରିବାର ଆମେରିକାର ନାଗରିକତା ନେଇଥିଲେ। ପୁରୁଷ ଜଣଙ୍କ ମୁସଲମାନ ହୋଇଥିବାରୁ ବିବାହ ପରେ ଯୁବତୀ ସ୍ବାମୀଙ୍କ ଧର୍ମ ଗ୍ରହଣ କରିଥିଲେ। ଏହି ବିବାହକୁ ନେଇ ଜୋନପୁରରେ ଚର୍ଚ୍ଚା ଜାରି ରହିଛି।  

Leave a Reply

Your email address will not be published. Required fields are marked *