ନେତାଜୀଙ୍କ ଅବଶେଷ ଫେରାଇ ଆଣିବାକୁ ଝିଅଙ୍କ ଅପିଲ

Spread the love


ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ପ୍ରଫେସର ଅନୀତା ବୋଷ ଫାପ ଭାରତ ସରକାରଙ୍କୁ ଏକ ମାର୍ମିକ ଅପିଲ କରିଛନ୍ତି। ସେ କେନ୍ଦ୍ର ସରକାରକୁ ନେତାଜୀଙ୍କ ଅବଶେଷ ଜାପାନରୁ ଆଣିବାକୁ ଅନୁରୋଧ କରିଛନ୍ତି। ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପ୍ରମୁଖ ନାୟକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ଅବଶେଷ ଭାରତକୁ ଫେରି ପାରିଲା ନାହିଁ। ତେଣୁ ସେ କ୍ଷୋଭ ବ୍ୟକ୍ତ କରିବା ସହ ତାଙ୍କ ଶେଷ ଇଛା ପୂରଣ କରିବାକୁ ଅନୁରୋଧ କରିଛନ୍ତି।
ଅନୀତା କହିଛନ୍ତି, ଆଇଏନଏ ଓ ତାଙ୍କ ସାଥୀମାନେ ତାଙ୍କୁ ଅତି ଆଦରରେ ନେତାଜୀ ଡାକୁଥିଲେ। ସେ ସାରା ଜୀବନ ଦେଶର ସ୍ୱାଧୀନତା ପାଇଁ ସଂଘର୍ଷ କରିଛନ୍ତି, ଅନେକ ବଳୀଦାନ କରିଛନ୍ତି। କିନ୍ତୁ ଦେଶ ସ୍ୱାଧୀନତାକୁ ୭୫ ବର୍ଷ ପୂରିଥିଲେ ମଧ୍ୟ ତାଙ୍କ ଅବଶେଷ ଜାପାନରେ ରହିଛି। ତାହାକୁ ଆଣିବାକୁ ଭାରତର କୌଣସି ସରକାର ପ୍ରୟାସ କରି ନାହାନ୍ତି। ଆଜି ସାରା ଦେଶ ମହୋତ୍ସବ ପାଳନ କରୁଥିବା ବେଳେ ସେ ତାଙ୍କ ପିତାଙ୍କ ଅବଶେଷ ଭାରତ ଫେରାଇ ଆଣିବା ସହ ତାର ଡିଏନଏ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *