ନେଭା ଜାତୀୟ କର୍ମଶାଳା ଉଦ୍‌ଘାଟିତ

Spread the love

ନୂଆଦିଲ୍ଲୀ : ଗତକାଲି ନୂଆଦିଲ୍ଲୀସ୍ଥିତ ହୋଟେଲ ଅଶୋକାଠାରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ଦୁଇଦିନିଆ ନ୍ୟାସନାଲ୍ ଇ-ବିଧାନ (ନେଭା)ର ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଛି । ଏହି କର୍ମଶାଳାରେ କେନ୍ଦ୍ର ମନ୍ତ୍ରୀ  ପିୟୁଷ ଗୋଏଲ୍‌, ପ୍ରହଲ୍ଲାଦ ଯୋଶୀ ଏବଂ ଭି. ମୁରଲୀଧରନ ଅତିଥି ଭାବେ ଯୋଗଦେଇ କାଗଜବିହୀନ ବିଧାନସଭା କିପରି ସୁଚାରୁ ରୂପେ ପରିଚାଳନା କରିହେବ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଗୁଡ଼େ ଶ୍ରୀନିବାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କର୍ମଶାଳାରେ ଓଡ଼ିଶା ବିଧାନସଭା ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଏବଂ ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଇ-ବଜେଟ୍ କାର୍ଯ୍ୟକାରୀ କରିଥିବା ବିଷୟରେ ଅବଗତ ହୋଇ ଅତିଥି ଏବଂ ପ୍ରତିନିଧିମାନେ ଖୁସିବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ଓଡ଼ିଶା ବିଧାନସଭାର ସଚିବ ଦାଶରଥି ଶତପଥୀ, ଓଡ଼ିଶା ରାଜ୍ୟ ସୂଚନା ପ୍ରଯୁକ୍ତି ଅଧିକାରୀ ଡ. ଅଶୋକ କୁମାର ହୋତା ଏବଂ ଜାତୀୟ ସୂଚନା କେନ୍ଦ୍ର, ଭୁବନେଶ୍ୱରର ବରିଷ୍ଠ ଅଧିକାରୀ ଶ୍ରୀମତୀ ସରିତା ସାହୁ, ଅଶୋକ କୁମାର ବେହେରା ଏବଂ  ସୁଦୀପ୍ତ ସାମନ୍ତ ଯୋଗଦେଇଛନ୍ତି ।

Leave a Reply

Your email address will not be published. Required fields are marked *