ଦାଉଦକୁ ଧରାଇଦେଲେ ମିଳିବ ୨୫ ଲକ୍ଷ

Spread the love

ମୁମ୍ବାଇ: ଭାରତର ମୋଷ୍ଟ ୱାଣ୍ଟେଡ ଡନ ଦାଉଦ ଇବ୍ରାହିମକୁ ଧରିବାକୁ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ। ଦାଉଦକୁ ଧରାଇଦେଲେ କି ତା ସମ୍ପର୍କରେ କୌଣସି ସୂଚନା ଦେଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି  ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। ୧୯୯୩ ମୁମ୍ବା ବ୍ଲାଷ୍ଟର ମୁଖ୍ୟ କାର୍ପଟଦାର ଥିଲା ଦାଉଦ।

ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦୀ ଘୋଷିତ ଦାଉଦର ନୂଆ ଫଟୋ ଜାରି କରିଛି ଏନଆଇଏ।  ଏନଆଇଏ ଦାଉଦ ସମେତ କିଛି ଆତଙ୍କୀଙ୍କୁ ଧରିବାକୁ ଧରପଗଡ ଆରମ୍ଭ କରି ଦେଇଛି। ଦାଉତ ସମ୍ପର୍କରେ ସୂଚନା ଦେଲେ ୨୫ ଲକ୍ଷ ଟଙ୍କା ଘୋଷଣା କରାଯାଇଥିବା ବେଳେ ତାର ସହଯୋଗୀ ଛୋଟା ସକିଲଙ୍କ ନାମରେ ୨୦ ଲକ୍ଷ ଟଙ୍କା, ଅନିଜ୍‌ ଇବ୍ରାହିମ୍‌,  ଜାଭେଦ ଚିକିନା ଏବଂ ଟାଇଗର ମେମନଙ୍କ ନାମରେ ୧୫ ଲକ୍ଷ ଟଙ୍କା ଲେଖା ପୁରସ୍କାର ରାଶି ଘୋଷଣା କରାଯାଇଛି।

ଏକ ବୟାନ ଜାରି କରି ଏନଆଇଏ ପକ୍ଷରୁ କୁହାଯାଇଛି କି, ଅନ୍ତର୍ଜାତୀୟ ଆତଙ୍କବାଦୀ  ସଙ୍ଗଠନ ଲସ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଏବଂ ଅଲକାଏଦା ସହ ମିଶି କାମ କରୁଛି।  ଗତ ବର୍ଷ ଦାଉଦ ସମ୍ପର୍କରେ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ନିଜର ମତ ରଖିଥିଲା। ଦାଉଦ୍‌ ପଡ଼ୋଶୀ ଦେଶରେ ସୁରକ୍ଷା ବଳୟ ମଧ୍ୟରେ ଥିବା ଜାତିସଂଘକୁ ଅବଗତ କରିଥିଲା ଭାରତ।

୧୯୯୩ରେ ମୁମ୍ବାଇରେ  ସିରିଜ୍‌ ବୋମା ବିସ୍ଫୋରଣ କରିଥିଲା ଦାଉଦ। ଏହି ବିସ୍ଫୋରଣରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *