ଆତଙ୍କବାଦୀ ଫଣ୍ଡିଂ ଉପରେ ଏନଆଇଏ ପକ୍ଷରୁ ପଞ୍ଜାବ-ହରିୟାଣାରେ ଚଢାଉ

Spread the love

ଚଣ୍ଡିଗଡ଼ : ଜାତୀୟ ଅନୁସନ୍ଧାନ ଏଜେନ୍ସି ଆତଙ୍କବାଦୀ ସଂଗଠନ ଖାଲିସ୍ତାନ ଟାଇଗର ଫୋର୍ସକୁ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଞ୍ଜାବ ଏବଂ ହରିୟାଣାର ଦଶଟି ସ୍ଥାନରେ ଚଢାଉ କରିଛି । ଏହି ସମୟ ମଧ୍ୟରେ, ଏନଆଇଏ ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ଡକ୍ୟୁମେଣ୍ଟ ଜବତ କରିଛି । କେଟିଏଫ୍ ପାଇଁ ପଂଣ୍ଡିଂ ସଂଗ୍ରହ ବ୍ୟତୀତ ସୀମା ପାର ଅସ୍ତ୍ରଶସ୍ତ୍ର ଚୋରା ଷଡଯନ୍ତ୍ରରେ ଜଡିତ ଥିବା ଲୋକଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି ।

ପଞ୍ଜାବର ଶ୍ରୀ ମୁକ୍ତସର ସାହେବ ଜିଲ୍ଲାର ଖେଳଣା ବିକ୍ରେତା ଉପରେ ମଧ୍ୟ ଏନଆଇଏ ଟିମ୍ ଚଢାଉ କରିଛି । ଏହି ଟିମ୍ ପ୍ରାୟ ୬ ଘଣ୍ଟା ଧରି ଆବୋହର ରୋଡ୍ ବାଇପାସ୍ ରେ ରହୁଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା । ଏହା ବ୍ୟତୀତ ଫେରୋଜପୁରର ତଲୱଣ୍ଡି ଭୋଇ ଅଞ୍ଚଳରେ ମଧ୍ୟ ଚଢାଉ କରାଯାଇଥିଲା । ୫ ଟି ଗାଁରୁ କେତେକ ସନ୍ଦିଗ୍ଧଙ୍କୁ ଏଠାରେ ପ୍ରାୟ ଅଟକ ରଖାଯାଇଛି । କେଟିଏଫ ପଂଣ୍ଡିଂ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଷଡଯନ୍ତ୍ରରେ ତାଙ୍କର ସମ୍ପୃକ୍ତି ଥିବାରୁ ତାଙ୍କୁ ପଚରା କରାଯାଉଛି ।

Leave a Reply

Your email address will not be published. Required fields are marked *