ଦୁଷ୍କର୍ମ ଓ ଗର୍ଭପାତ ମାମଲା- ପାଲକଡ଼ ବିଧାୟକଙ୍କ ଗିରଫଦାରି ଉପରେ ୧୫ ଯାଏଁ ଅଦାଲତି ରୋକ୍

ଦୁଷ୍କର୍ମ ମାମଲାରେ ବିଧାୟକଙ୍କୁ ଅଦାଲତି ଆଶ୍ୱସ୍ତି। ଡିସେମ୍ୱର ୧୫ ଯାଏ ଗିରଫଦାରି ଉପରେ ରୋକ୍ ଲଗାଇଲେ କେରଳ ହାଇକୋର୍ଟ। ୧୫ ତାରିଖରେ ବିଧାୟକଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣୀ କରିବେ ବିଚାରପତି କେ.ବାବୁ। ପାଲକଡ଼ ବିଧାୟକ ରାହୁଲ ମାମକୁଟ୍ଟାଥିଲଙ୍କ ଗିରଫଦାରି ଉପରେ ସାମୟିକ ରୋକ୍ ଲଗାଇଛନ୍ତି ନ୍ୟାୟାଳୟ। ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ, ବିସ୍ତୃତ ଦଲିଲ ଶୁଣିବା ଜରୁରୀ। ବଳାତ୍କାର ମାମଲାରେ ଡାଏରି ଯାଞ୍ଚ ଜରୁରୀ। ରାହୁଲଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନର ଦ୍ୱିତୀୟ ମାମଲାରେ ବି ଅଭିଯୋଗ ଫର୍ଦ୍ଦ ଜାରି ହୋଇଛି। ବିଧାୟକ ଆଗୁଆ ଜାମିନ ଆବେଦନ ପିଟିସନରେ କହିଛନ୍ତି, ସେ କୌଣସି ଭୁଲ୍ କରିନାହାନ୍ତି। ତଦନ୍ତରେ ସହଯୋଗ କରିବାକୁ ସେ ପ୍ରସ୍ତୁତ। ସେ ଅଭିଯୋଗକିରାଣୀଙ୍କ ପାଖ ଲୋକ ଥିଲେ। ସେ ଜାଣିଥିଲେ ବି ଅଭିଯୋଗକାରିଣୀ ବିବାହିତା ଥିଲେ ଓ ନିଜ ସ୍ୱାମୀଙ୍କଠୁ ଅଲଗା ରହୁଥିଲେ। ଯେହେତୁ ସେ ଜଣେ ରାଜନୀତିକ କାର୍ଯ୍ୟକର୍ତ୍ତା, ସେଥିଲାଗି ମିଡିଆ ଏହାକୁ ଭିନ୍ନ ଅର୍ଥରେ ପ୍ରଚାର କରୁଛି। ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗରୁ ବିରୋଧୀ ଦଳ ବି ଫାଏଦା ଉଠାଇଲେ। ତାଙ୍କ ପାଖରେ ଅଭିଯୋଗକାରିଣୀଙ୍କ ସହ କଥାବାର୍ତ୍ତାର ବିବରଣୀ ଉପଲବ୍ଧ ଅଛି। କିନ୍ତୁ ପୁଲିସ ପଛରେ ପଡ଼ିଥିବାରୁ ସେ ଏହାକୁ ଦାଖଲ କରିପାରୁନାହାନ୍ତି। ରାହୁଲଙ୍କ ଉପରେ ଦୁଷ୍କର୍ମର ଦୁଇଟି ମାମଲା ରୁଜୁ ହୋଇଛି। ଗଲା ସପ୍ତାହରେ ବଳାତ୍କାର ଓ ଜବରଦସ୍ତ ଗର୍ଭପାତ ସମ୍ୱନ୍ଧିତ ଅଟେ। ଦ୍ୱିତୀୟ ମାମଲା ବୁଧବାର ବେଙ୍ଗାଲୁରୁର ଜଣେ ମହିଳାଙ୍କ ଦ୍ୱାରା ରୁଜୁ ହୋଇଛି। ଥିରୁବନନ୍ତପୁରମ ବିଶେଷ କୋର୍ଟ ଡିସେମ୍ୱର ୪ରେ ରାହୁଲଙ୍କ ଆଗୁଆ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ରାହୁଲ। ଦୁଷ୍କର୍ମ ମାମଲାର ଆରୋପ ଆସିବା ପରେ ରାହୁଲଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରିଦେଇଛି। ଆଗ ସସପେଣ୍ଡ କରିଥିଲା। କିନ୍ତୁ ଡିସେମ୍ୱର ୪ରେ ଆଗୁଆ ଜାମିନ୍ କୋର୍ଟରେ ଖାରଜ ପରେ ଦଳ ତାଙ୍କୁ ବିଦା କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *