ଦିଲ୍ଲୀରେ ପଲ୍ୟୁସନ ସାର୍ଟିଫିକେଟ ନ ଥିଲେ ମିଳିବନି ଇନ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀରେ ଗାଡି ଚାଳକଙ୍କ ପାଇଁ ନିୟମ ହେଲା କଡା। ପାଖରେ ବୈଧ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ ବା ପିୟୁସି ନ ଥିଲେ ମିଳିବନି ଇନ୍ଧନ। ଏହି ନିୟମ ଅକ୍ଟୋବର ୨୫ରୁ ଲାଗୁ ହେବ। ଆସନ୍ତା ଶୀତ ଋତୁରେ ବାହନ ପ୍ରଦୂଷଣ ଉପରେ ଲଗାମ ଲଗାଇବାକୁ ଦିଲ୍ଲୀ ସରକାର ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି। ସାଧାରଣତଃ ଦିଲ୍ଲୀରେ ଶୀତ ଋତୁରେ ପ୍ରଦୂଷଣ ଶୀର୍ଷରେ ରହିଥାଏ।

ମନ୍ତ୍ରୀଙ୍କ ସୂଚନା ମୁତାବକ, ଶୀତରେ ପ୍ରଦୂଷଣକୁ ଦୃଷ୍ଟି ରଖି ଦିଲ୍ଲୀ ସରକାର ୩୦ଟି ବିଭାଗ ସହ ମିଶି ଏହି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ଦିଲ୍ଲୀରେ ୧୫ ପଏଣ୍ଟ ପ୍ଲାନ ପ୍ରସ୍ତୁତ ହୋଇଛି, ତାକୁ କାର୍ଯ୍ୟକାରୀ କରିବାକୁ ନିୟମକୁ କଠୋରତା ସହ ପାଳନ କରିବାକୁ ହେବ। ଏଥିପାଇଁ ସବୁ ବିଭାଗକୁ ଆଲର୍ଟ କରାଯାଇଛି।

ମନ୍ତ୍ରୀ ଆହୁରି କହିଛନ୍ତି, ୧୫ ପଏଣ୍ଟ ପ୍ଲାନରେ ସବୁଠାରୁ ଆଗରେ, ତିନି ଅକ୍ଟୋବରରୁ ବାର ରୁମ ଆରମ୍ଭ ହେବ। ଛଅ ତାରିଖରୁ ଆଣ୍ଟି ଡଷ୍ଟ କ୍ୟାମ୍ପ ହେବ। ଏହା ଅନ୍ତର୍ଗତ ୫୦୦ ସ୍କ୍ବୋୟାର ମିଟରରୁ ଅଧିକ ନିର୍ମାଣ ସାଇଟ୍ସକୁ ୱେବ ପୋର୍ଟାଲରେ ନାମ ପଞ୍ଜିକରଣ ବାଧ୍ୟତାମୂଳକ ହେବ। ଏଥିସହ ୫ହଜାର ସ୍କ୍ବୋୟାର ମିଟରରୁ ଅଧିକ ସାଇଟ ଉପରେ ସ୍ମଗ ଗନ ଲଗାଇବା ଜରୁରୀ ହେବ।

୧୦ ଅକ୍ଟୋରରୁ ବାୟୋ ଡକମ୍ପୋଜର ସିଞ୍ଚନ ହେବ। ଏଥିସହ ପ୍ରଦୂଷଣ କମ କରିବାକୁ ପରାଲି ଜଳାଇବା ବନ୍ଦ କରିବାକୁ କୃଷକମାନଙ୍କୁ ଅନୁରୋଧ କରିଛନ୍ତି ସରକାର। ପରାଲି ବଦଳରେ ଡିକମ୍ପୋଜର ବ୍ୟବହାର କରିବାକୁ ସରକାର କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *