ରଥ ଉପରେ ସେବକ ବେଶରେ ଅଣସେବକ ଅଭିଯୋଗ

Spread the love

ପୁରୀ : ରଥଯାତ୍ରା ସମୟରେ ରଥ ଉପରେ ସେବକ ବେଶରେ ଅଣସେବକ ଥିବା ଅଭିଯୋଗ ହୋଇଛି । ଏକାଧିକ ଅଣ ସେବକ ରଥ ଉପରେ ମୋବାଇଲରେ ଫଟୋ ଉଠାଇଥିଲେ । ଭିଡ଼ିଓ ଉତୋଳନ କରି ରିଲସ୍ ତିଆରି କରିଥିଲେ । ଏହି ରିଲସ୍ ଓ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ତାକୁ ନେଇ ଉଠିଛି ପ୍ରଶ୍ନ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରଥ ଯାତ୍ରା ସମୟରେ କେଉଁ ରଥରେ କେତେ ସେବକ ରହିବେ ସେ ସମ୍ପର୍କରେ ବ୍ୟବସ୍ଥାବଳୀରେ ଉଲ୍ଲେଖ ରହିଥିଲା । ତେବେ କେତେକ ଅଣ ସେବକ ସେବକ ବେଶରେ ରଥ ଉପରକୁ ଚଢିଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *