ଥରିବ ଉତ୍ତର ଭାରତ

Spread the love

ନୂଆଦିଲ୍ଲୀ: ଥଣ୍ଡାରେ ଥରିବ ଉତ୍ତର ଭାରତ। ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା। ଆସନ୍ତା ସପ୍ତାହରୁ ଦିଲ୍ଲୀ ସମେତ ବହୁ ଉତ୍ତରାଞ୍ଚଳ ରାଜ୍ୟରେ ହାଡଭଙ୍ଗା ଶୀତ ଅନୁଭୂତ ହେବ। ଘନ କୁହୁଡିର ଆସ୍ତରଣ ଯାତାୟାତରେ ବାଧକ ନେଇ ବିଭାଗର ସୂଚନା।

ପାଶ୍ଚାତ୍ୟ ବିବାଦର ଅବସାନ ପରେ ହିମାଳୟରେ ତୁଷାରପାତ ହେବା ଯୋଗୁଁ ଜମ୍ମୁ କାଶ୍ମୀର ସମେତ ହିମାଞ୍ଚଳ ଓ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଆସନ୍ତା ସପ୍ତାହରୁ ପ୍ରବଳ ଶୀତ ଲହରୀ ପ୍ରବାହିତ ହେବ। ମଙ୍ଗଳବାର ସୁଦ୍ଧା ଦିଲ୍ଲୀର ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଡିସେମ୍ବର ୧୫ ତାରିଖ ଆଡକୁ ତାପମାତ୍ରା ଆହୁରି ହ୍ରାସ ପାଇବା  ନେଇ ପାଣିପାଗ ବିଭାଗ ଆକଳନ କରିଛି।  ଶୀତ ପ୍ରଭାବରେ ଥରିବ ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ। କୁହୁଡି ବୃଦ୍ଧି ଯୋଗୁ ଦୃଶ୍ୟମାନ ହ୍ରାସ ନେଇ ସୂଚନା ଦେଇଛି ବିଭାଗ।

 ସେପଟେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳର ବହୁ ସ୍ଥାନ, ଲକ୍ଷ୍ାଦୀପ କର୍ଣ୍ଣାଟକରେ ବର୍ଷା ସମ୍ଭାବନା।

Leave a Reply

Your email address will not be published. Required fields are marked *