ରେଷ୍ଟୁରାଣ୍ଟରେ ବିସ୍ଫୋରଣ ମାମଲା, ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କଲା ଏନଏସଜି ଟିମ୍‌

Spread the love

ଶିମଲା : ହିମାଚଳ ପ୍ରଦେଶର ରାଜଧାନୀ ଶିମଲାର ଐତିହାସିକ ମାଲ ରୋଡ଼ ନିକଟରେ ଏକ ରେଷ୍ଟୁରାଟରେ ଗତ ପାଞ୍ଚ ଦିନ ପୂର୍ବେ ହୋଇଥିବା ବିସ୍ଫୋରଣ ମାମଲାରେ ଆତଙ୍କୀ ଯୋଜନା ଆଶଙ୍କା କରାଯାଉଛି । ଦିଲ୍ଲୀରୁ ଆସିଥିବା ଏନଏସଜିର ଟିମ୍ ରବିବାର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି । ଘଟଣାସ୍ଥଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇ ଯାଞ୍ଚ କରାଯାଇଛି । ଏହି ସମୟରେ ସେଠାରେ ଶିମଲା ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିସ୍ଫୋରଣରେ ବିସ୍ଫୋଟକ ପଦାର୍ଥ ବ୍ୟବହାର କରାଯାଇଛି କି ନାହିଁ ସେନେଇ ମଧ୍ୟ ଯାଞ୍ଚ କରୁଛି ଏନଏସଜି । ଯଦିଓ ଶିମଲା ପୋଲିସ ପ୍ରାରମ୍ଭିକ ତଦନ୍ତରେ ଗ୍ୟାସ୍ ଲିକ୍ କାରଣରୁ ଏହି ବିସ୍ଫୋରଣ ଘଟିଥିବା କହିଛି ।

ଏଥିସହିତ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରାଯାଇଛି । ଶିମଲା ପୋଲିସ ପକ୍ଷରୁ ଏହି ଘଟଣାକୁ ନେଇ ସଦର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । 

Leave a Reply

Your email address will not be published. Required fields are marked *