ମଧ୍ୟପ୍ରଦେଶରେ ଆଫି୍ରକାନ ସ୍ବାଇନ ଫ୍ଲୁ ଚିହ୍ନଟ

Spread the love

ଡାମୋହ: ଆଫ୍ରିକାନ ସ୍ବାଇନ ଫ୍ଲୁ ଭୟ ଭିତରେ ମଧ୍ୟପ୍ରଦେଶର ଡାମୋହ ଜିଲ୍ଲାରେ ୨ ଦିନରେ ୭୦୦ ଘୁଷୁରୀ ମରାଯାଇଥିବା ସ୍ଥାନୀୟ ପଶୁ ବିଶେଷଜ୍ଞ ସୂଚନା ଦେଇଛନ୍ତି। ରିପୋର୍ଟ ମୁତାବକ, ଜିଲ୍ଲାର ଗ୍ରାମାଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ବହୁ ପଶୁଙ୍କର ମୃତ୍ୟୁ ହୋଇଥିଲା। ତେବେ ହତା ବ୍ଲକରୁ ପ୍ରଥମ ପଶୁ ମୃତ୍ୟୁ ହୋଇଥିଲା।

ପରେ ଜିଲ୍ଲାର ବନୱାର ଅଞ୍ଚଳରେ ଶହ ଶହ ପଶୁ, ମୁଖ୍ୟତଃ ଗାଈ, ବଳଦ ଓ ଘୁଷୁରୀଙ୍କ ମୃତ୍ୟୁ ଗତ ସପ୍ତାହରେ ହୋଇଥିଲା।  ଏହା ପରେ ସ୍ଥାନୀୟ ବାସିନ୍ଦା ଏସମ୍ପର୍କରେ ପଶୁ ବିଭାଗକୁ ସୂଚିତ କରିଥିଲେ। ବିଭାଗ ଏହାର ଯାଞ୍ଚ କରିବା ସହ ନମୁନା ପରୀକ୍ଷଣରୁ ଏହା ଆଫ୍ରିକାନ ସ୍ବାଇନ ଫ୍ଲୁ ଥିବା ଜାଣିବାକୁ ପାଇଥିଲା।

ପଶୁ ଚିକିତ୍ସକ ଡ ସୋମିଲ ରାୟ କହିଛନ୍ତି, ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ  ସଂକ୍ରମିତଙ୍କ ନମୁନା ସଂଗ୍ରହଣ କରାଯାଇ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ  ହତା ଓ ବନୱାରି ଅଞ୍ଚଳରେ ଆଫ୍ରିକାନ ଫ୍ଲୁ ଚିହ୍ନଟ ହୋଇଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳରେ ଏହି ଭୂତାଣୁ ସଂକ୍ରମଣ ମଧ୍ୟ ସ୍ପଷ୍ଟ ହୋଇଥିଲା।

ତେଣୁ ଜିଲ୍ଲା ପଶୁ ବିଭାଗ ପକ୍ଷରୁ ବହୁସଂଖ୍ୟାରେ ଘୁଷୁରୀ ମାରିବା ଅଭିଯାନ ଆରମ୍ଭ ହୋଇଥିଲା। ୭୦୦ରୁ ଅଧିକ ଘୁଷୁରୀ ମାରିବା ସହ ସେସବୁକୁ ଜେସିବି ଦ୍ବାରା ଗାତ ଖୋଳି ପୋତା ଯାଉଥିବା ସୂଚନା ଦେଇଛନ୍ତି ଡ ରାୟ।

ଅନ୍ୟପଟେ, ଡାମୋହ ଜିଲ୍ଲାପାଳ ଏସ କି୍ରଷନ ଚୈତନ୍ୟ କହିଛନ୍ତି କି, ଜିଲ୍ଲାରେ ଆଫ୍ରିକାନ ସ୍ବାଇନ ଫ୍ଲୁ ଚିହ୍ନଟ ହେବା ପରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ହତା ଓ ବନୱାର ଅଞ୍ଚଳରେ ସ୍ବତନ୍ତ୍ର ନିରାପତ୍ତା ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ଲଗାତର ଘୁଷୁରୀ ମରୁଛନ୍ତି। ଏଥିସହ, ଯଦି ଏହି କାର୍ଯ୍ୟରେ କୌଣସି ଘୁଷୁରୀ ପାଳକ ପ୍ରତିବନ୍ଧକ ସୃଷ୍ଟି କରନ୍ତି, ତେବେ ତାଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚୈତନ୍ୟ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *