ଜଳିଗଲା ଇଲେକ୍ଟ୍ରି ସ୍କୁଟି, ଅଳ୍ପକେ ବାର୍ତିଲେ ଶିକ୍ଷକ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡ଼ା ଗ୍ରାମରେ ଅଘଟଣ । ସେହି ଗ୍ରାମର ଶିକ୍ଷକ ପରେଶ ସାହୁ ଘରୁ ସ୍କୁଲକୁ ଯିବା ଆସିବା କରିବା ପାଇଁ ମାର୍ଚ୍ଚ ୨୦୨୨ ମସିହାରେ ଓକିନାବା କମ୍ପାନୀର ଏକ ଇଲେକ୍ଟ୍ରି ସ୍କୁଟି ଗାଡ଼ି କିଣିଥିଲେ। ହେଲେ ଏହି ଇଲେକ୍ଟ୍ରି ସ୍କୁଟି ପାଇଁ ତାଙ୍କ ଜୀବନ ଯାଉ ଯାଉ ଅଳ୍ପକେ ବାର୍ତିଯାଇଛି। ଶିକ୍ଷକ ପରେଶ ସବୁଦିନ ଭଳି ସୋମବାର ଦିନ ସ୍କୁଟି ଯୋଗେ ସ୍କୁଲ ଯାଇଥିଲେ। ସ୍କୁଲ ପରିସରରେ ରଖିଥିବା ସ୍କୁଟିକୁ ଷ୍ଟାଟ କରିବା ସମୟର ଗାଡ଼ି ପଛରୁ ବହୁ ଜୋରରେ ଧୁଆଁ ବାହାରିଥିଲା। ସଙ୍ଗେ ସଙ୍ଗେ ଶିକ୍ଷକ ଜଣଙ୍କ ଗାଡ଼ି ଛାଡି ଯିବାକୁ ଚେଷ୍ଟା କରିବା ସମୟରେ ବେଟ୍ରି ବ୍ଲାଷ୍ଟ ହୋଇ ଗାଡ଼ି ଜଳିବା ସହ ଶିକ୍ଷକଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଶିକ୍ଷକଙ୍କୁ ଉଦ୍ଧାର କରି ମେଡିକାଲ ନେଇ ସେଠାରେ ଚିକିତ୍ସା କରିଥିଲେ। ହେଲ ଶିକ୍ଷକ ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଥିଲେ ହେଁ ଦେହ ଓ ମୁହଁ ଅଧା ପୋଡ଼ି ଯାଇଥିଲା। ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ ସ୍ଥାନୀୟ ଲୋକେ ପହଞ୍ଚି ସ୍କୁଲ ଘରେ ଥିବା ପିଲାଙ୍କୁ ଉଦ୍ଧାର କରିଥିଲେ। ହେଲେ ଏଥିରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now