ସ୍ବାମୀଙ୍କ ଯାଚିକାକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା ଦାୟର

Spread the love

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ପ୍ରିଆମ୍ବଲରୁ ସେକୁଲାର ବା ଧର୍ମନିରପେକ୍ଷ  ଓ ସୋସିଆଲିଷ୍ଟ ବା ସମାଜବାଦୀ ଶବ୍ଦକୁ ଡିଲିଟ କରିବାକୁ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଦାୟର ଯାଚିକାକୁ ବିରୋଧ କରି ରାଜ୍ୟସଭା ସାଂସଦ ତଥା ସିପିଆଇ ନେତା ବିନୟ ବିଶ୍ବାମ ଏକ ଯାଚିକାରେ ସୁପ୍ରିମ କୋର୍ଟଙ୍କୁ ଅପିଲ କରିଛନ୍ତି ।

ଏକ ଇମପ୍ଲିଡମେଣ୍ଟ ଆପ୍ଲିକେସନରେ ବିନୟ କହିଛନ୍ତି କି, ସମ୍ବିଧାନର ସହଜାତ ଓ ମୂଳ ରୂପ ହେଉଛି ସେକୁଲାର ଓ ସୋସିଆଲିଷ୍ଟ। ସ୍ବାମୀଙ୍କ ଯାଚିକାର ଉଦ୍ଦେଶ୍ୟ ହେଉଛି, ଧର୍ମନିରପେକ୍ଷ ଓ ସମାଜବାଦକୁ ପଛରେ ପକାଇ ଭାରତୀୟ ରାଜନୀତି ଉପରେ ସ୍ବତନ୍ତ୍ର ଶାସନ କରିବା। ସ୍ବାମୀଙ୍କ ଆବେଦନ ଆଇନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଦୁରୂପଯୋଗ ଓ ଯୋଗ୍ୟତା ରହିତ ତଥା ଅନୁକରଣୀୟ । ଏହାକୁ ଖାରଜ କରାଯାଇପାରେ। ଏହା ସମ୍ବିଧାନର  ୪୨ ସଂଶୋଧିତ ଧାରାକୁ ଚ୍ୟାଲେଞ୍ଜ କରୁଛି।

ସ୍ବାମୀ ତାଙ୍କ ପିଟିସନରେ କହିଥିଲେ କି, ଏମର୍ଜେନ୍ସି କାଳରେ ଆକ୍ଟ ୧୯୭୬କୁ ଧାରା ୪୨ ମାଧ୍ୟମରେ  ସମ୍ବିଧାନ ସଂଶୋଧନ କରାଯାଇ ଏହି ଦୁଇ ଶବ୍ଦକୁ ସାମିଲ କରାଯାଇଥିଲା। ସ୍ବାମୀ ଯୁକ୍ତି କରିଥିଲେ କି, ସମ୍ବିଧାନ ନିର୍ମାତାମାନେ ସମ୍ବିଧାନରେ ଏହି ଦୁଇ ଶବ୍ଦକୁ ସାମିଲ କରିବାକୁ ବିଶେଷ ରୂପେ ଖାରଜ କରିଥିଲେ ଓ ଆରୋପ ଲଗାଯାଇଥିଲା କି, ଏହି ଦୁଇ ଶବ୍ଦ ନାଗରିକମାନଙ୍କ ଉପରେ ସେତେବେଳେ ମଧ୍ୟ ଥୋପା ଯାଇଥିଲା, ଯେତେବେଳେ ନିର୍ମାତାମାନେ ଲୋକତାନ୍ତ୍ରିକ ଶାସନରେ ସମାଜବାଦୀ ଓ ଧର୍ମନିରପେକ୍ଷ ଅବଧାରଣାଗୁଡିକୁ ଉପସ୍ଥାପନ କରିବାର ଲକ୍ଷ୍ୟ ରଖି ନ ଥିଲା।

Leave a Reply

Your email address will not be published. Required fields are marked *