ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଜୋଶୀମଠ ସ୍ଥିତି

Spread the love

ଡେରାଡୁନ: ଉତ୍ତରାଖଣ୍ଡର ଜୋଶୀମଠ ପରେ ଅନ୍ୟ କିଛି ସ୍ଥାନରେ ମଧ୍ୟ ମାଟି ଦବିବା ଓ କୋଠାର କାନ୍ଥରେ ଫାଟ ସୃଷ୍ଟି ହେବା ଦେଖା ଦେଲାଣି। ଟିହରୀ ଜିଲ୍ଲାର ଚମ୍ବାରେ ଘରସବୁ ଫାଟିଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ଜମି ମଧ୍ୟ ଦବିବା ଦେଖିବାକୁ ମିଳିଛି।  ଚମ୍ବା ପୂର୍ବରୁ କର୍ଣ୍ଣପ୍ରୟାଗରେ ମଧ୍ୟ ଘରର କାନ୍ଥରେ ଫାଟ ଓ ଭୂସ୍ଖଳନ  ହେବାରୁ ଲୋକେ ସରକାରକୁ ଜଣାଇଛନ୍ତି।

ସୂଚନା ମୁତାବକ, ଟିହରି ଝିଲ ନିକଟବର୍ତ୍ତୀ ଗାଁରେ ଭୂସ୍ଖଳନ ହୋଇଛି ଓ ଚମ୍ବା ସୁରଡ ଉପରେ ଓ ଆଖପାଖ ଇଲାକାରେ ଥିବା ଘରର କାନ୍ଥରେ ଫାଟ ସୃଷ୍ଟି ହେଲାଣି। ଯାହାକୁ ନେଇ ୬ରୁ ଅଧିକ ଘର ପ୍ରତି ବିପଦ ସୃଷ୍ଟି ହୋଇଛି। ଅଲ ଓେ୍‌ବଦର ପ୍ରୋଜେକ୍ଟ ଅନ୍ତର୍ଗତ ଚମ୍ବାରେ ୪୪୦ ମିଟର ଲମ୍ବର ସୁଡଙ୍ଗ ନିର୍ମାଣ କରାଯାଇଛି। ଏହି ସୁଡଙ୍ଗକୁ ଲାଗି ଥିବା ମୁଖ୍ୟ ବଜାରର ଘର ପ୍ରତି ବିପଦ ଦସ୍ତକ ଦେବା ଆରମ୍ଭ କରିଥିବା ଲୋକେ ଅଭିଯୋଗ କରିଛନ୍ତି।

ସେପଟେ, ଜୋଶୀମଠରେ ଚାଲିଥିବା ଭୂମି ଧସିବା ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଜରୁରୀକାଳୀନ ବୈଠକ ଡକାଇଛନ୍ତି। ଉତ୍ତରାଖଣ୍ଡ ସଚିବାଳୟରେ ୧୩ ତାରିଖରେ ଏହି ବୈଠକ ହେବ। ଏଥିରେ ପ୍ରଭାବିତ ପରିବାରଙ୍କ କ୍ଷତିଗ୍ରସ୍ତ ରାଶି ଓ ଅନ୍ୟ ବ୍ୟବସ୍ଥା ଉପରେ ନିଷ୍ପତ୍ତି ନିଆଯିବ।

ଏହା ମଧ୍ୟରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ରିମୋଟ ସେନ୍ସିଂର ଦୁଇ ବର୍ଷର ଅନୁଧ୍ୟାନରୁ ଜଣାପଡିଛି କି, ଜୋଶୀମଠ ଓ ଏହାର ଆଖପାଖର କ୍ଷେତ୍ରରେ ପ୍ରତିବର୍ଷ ୨.୫ ଇଞ୍ଚର ଫାଟ ସୃଷ୍ଟି ହେବା ସହ ଜମି ଦବିବା ଆରମ୍ଭ କରିଥିଲା। ସଂସ୍ଥା ପକ୍ଷରୁ ବ୍ୟବହୃତ ସାଟେଲାଇଟ ଡାଟାରୁ ଏହା ଜଣାପଡିଥିଲା। ଜୁଲାଇ ୨୦୨୦ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସଂଗୃହିତ ସାଟେଲାଇଟ ଫଟୋରୁ ଏହି ଅଞ୍ଚଳରେ ମାଟି ଧସିବା ଜଣାପଡିଛି।  ଯେଉଁ ସ୍ଥାନ ଧସୁଛି, ସେସବୁ ଘାଟି ଅଞ୍ଚଳ।

Leave a Reply

Your email address will not be published. Required fields are marked *