ହାତୀପଲଙ୍କ ଉପଦ୍ରବ

Spread the love

ମୟୁରଭଞ୍ଜ: ହାତୀପଲଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ୮ ବନକର୍ମଚାରୀଙ୍କୁ ଓ ଗୋଟିଏ ବିଭାଗୀୟ ଗାଡିକୁ ଅଟକ ରଖିଛନ୍ତି ଗ୍ରାମବାସୀ। ରାତି ୩ଟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଟକ ରହିଛନ୍ତି ବନକର୍ମଚାରୀ। ସ୍ଥାନୀୟ ଫୋରେଷ୍ଟରଙ୍କ ବଦଳି ଦାବିରେ ଗ୍ରାମବାସୀ ଅଟକ ରଖିଥିବା ନେଇ ସୂଚନା ଦେଇଛନ୍ତି ଦୁଧିଆଣି ରେଞ୍ଜ ଅଧିକାରୀ। ଦୁଧିଆଣି ରେଞ୍ଜ ପୁରୁଣାଦେଓଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଯାହାକୁ ନେଇ ଗାଁରେ ଏବେ ଚାପା ଉତ୍ତେଜନା ଲାଗିରହିଛି।ଦୁଧିଆଣି ରେଞ୍ଜ ଅଧିନ ଭିନ୍ନ ଭିନ୍ନ ଜଙ୍ଗଲରେ ବର୍ତ୍ତମାନ ୨୮ଟି ହାତୀ ଡେରା ପକାଇଥିବା ନେଇ ସୂଚନା ଦେଇଛନ୍ତି ଦୁଧିଆଣି ରେଞ୍ଜର। ସୂଚନା ଅନୁଯାୟୀ ଗତକିଛି ମାସ ହେବ ହାତୀପଲଙ୍କ ଉପଦ୍ରବ ଯୋଗୁଁ କରଂଜିଆ ବନଖଣ୍ଡ ଅଧିନ ୫ ଟି ବ୍ଲକ ର ୧୦୦ ରୁ ଉର୍ଦ୍ଧ୍ବ ଗାଁର ଲୋକେ ପ୍ରତିଦିନ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ସେହିପରି ଗତକାଲି ବିଳମ୍ବିତ ରାତି ହାତୀ ଉପଦ୍ରବ ଯୋଗୁଁ କରଂଜିଆ ବ୍ଲକ ବାରହାପାଣପୋଷି ଗାଁର ଜଣେ ବ୍ୟକ୍ତି ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି।ତେବେ ଅଟକ ରହିଥିବା ୮ ବନ କର୍ମଚାରୀଙ୍କୁ ମୁକୁଳାଇବା ପାଇଁ ପଦକ୍ଷେପ ନିଆଯାଉଥିବା ନେଇ ସୂଚନା ଦେଇଛନ୍ତି ଦୁଧିଆଣି ରେଞ୍ଜର।

Leave a Reply

Your email address will not be published. Required fields are marked *