ମାର୍ଚ୍ଚ ୩ ପର୍ଯ୍ୟନ୍ତ ବଢିଲା ଖେରାଙ୍କ ଜାମିନ ଅବଧି

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିବା ଅଭିଯୋଗ ମାଲାରେ କଂଗ୍ରେସ ନେତା ପବନ ଖେରାଙ୍କ ଅନ୍ତରୀଣ ଜାମିନକୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଗତ ସପ୍ତାହରେ ଆସାମ ପୁଲିସ ଏହି ମାମଲାରେ ଖେରାଙ୍କୁ ଗିରଫ କରିଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତାଧୀନ ଖଣ୍ଡପୀଠ ଖେରାଙ୍କ ଜାମିନ ଯାଚିକା ଉପରେ ମାର୍ଚ୍ଚ ୩ରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିବା ସହ କହିଛନ୍ତି କି, ଫେବୃଆରୀ ୨୩ରେ ଖେରାଙ୍କୁ ପ୍ରଦତ୍ତ ଜାମିନକୁ  ଆଗକୁ ବଳବତ୍ତର ରହିବ।

ଖେରା ଗତ ଫେବୃଆରୀ ୧୭ ତାରିଖରେ ମୁମ୍ବାଇର ପ୍ରେସ ମିଟରେ ଆଦାନୀ ମାମଲାରେ ମୋଦି ସରକାରର ଡରକୁ ପ୍ରେଶ୍ନ କରାଯାଇଥିଲା। କାହିଁକି ମୋଦି ସରକାର ଜେପିଜି ତଦନ୍ତକୁ ରାଜି ହେଉ ନାହିଁ ତାହା ପଚାରିବା ସହ ଅଟଳ ବିହାରୀ ବାଜପେୟୀ ଜେପିଜି ତଦନ୍ତକୁ ସ୍ବୀକୃତି ଦେଇଥିବା ବେଳେ ନରେନ୍ଦ୍ର ଗୌତମ ମୋଦି କହିଥିଲେ। ସଙ୍ଗେ ସଙ୍ଗେ ଏହାକୁ ସଂଶୋଧନ କରି ସରି ନରେନ୍ଦ୍ର ଦାମୋଦର ମୋଦି ବୋଲି କହି ହସିଥିଲେ। ଖେରାଙ୍କ କଥା ଉପରେ ସେଠାରେ ଉପସ୍ଥିତ ତାଙ୍କ ସମର୍ଥକମାନେ ଯେତେବେଳେ ପଚାରିଥିଲେ ଗୌତମ ମୋଦି ନା ଦାମୋଦର ମୋଦି। ଏହା ଉପରେ ଖେରା କହିଥିଲେ, ନାମତ  ଦାମୋଦର ମୋଦି କିନ୍ତୁ କାମ ଗୌତମ ମୋଦି।

ପ୍ରଧାନମନ୍ତ୍ରୀଙ୍କ ଉପରେ ଏପରି ବୟାନବାଜିକୁ ନେଇ ପବନ ଖେରାଙ୍କ ନାମରେ ବାରାଣସୀ, ଲକ୍ଷ୍ନୌ ଓ ଆସାମରେ ମାମଲା ରୁଜୁ ହୋଇଥିଲା। ଆସାମ ପୁଲିସ ଦିଲ୍ଲୀରେ ପହଞ୍ଚି ଖେରା ରାୟପୁର କଂଗ୍ରେସ ଅଧିବେଶନ ପାଇଁ ଯାଉଥିବା ବେଳେ ତାଙ୍କୁ ଦିଲ୍ଲୀ ପୁଲିସ ସହାୟତାରେ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *