ଜମାରାଶି ପାଇବାକୁ ପେନସନଧାରୀଙ୍କୁ କରିବାକୁ ପଡିବନି ଅପେକ୍ଷା

Spread the love

ନୂଆଦିଲ୍ଲୀ: ପେନସନଧାରୀଙ୍କ ପାଇଁ ଖୁସି ଖବର । ପେନସନଧାରୀଙ୍କୁ  ନିଜ ଜମାରାଶି ପାଇବାକୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ଆଗାମୀ ଦିନରେ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ତଥା ଇପିଏଫର ପେନସନଧାରୀ ଗୋଟିଏ ଦିନରେ ଏକାଠି ପେନସନ ପାଇବେ । ଏଥିପାଇଁ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବ୍ୟବସ୍ଥା ବା ସେଣ୍ଟ୍ରାଲ ସିଷ୍ଟମ ଆରମ୍ଭ କରିବେ । ସିବିଟି ବୈଠକରେ ଏହି ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଦେଶର ୭୩ ଲକ୍ଷ ପେନସନଧାରୀ ଏହାର ଲାଭ ପାଇବେ। ଗୋଟିଏ ଦିନରେ ଏତେ ସଙ୍ଖ୍ୟକ କର୍ମଚାରୀ ପେନସନ ପାଇବେ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫ ନୂଆ କେନ୍ଦ୍ରୀୟ ପେନସନ ବିତରଣ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ଏଥିପାଇଁ ଚଳିତ ମାସ ୨୯ ଓ ୩୦ ତାରିଖରେ ପାରିତ ହେବାକୁ ଯାଉଛି ଏହି ପ୍ରସ୍ତାବ । ଇପିଏଫ ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଏହାକୁ ଅନୁମୋଦନ ମିଳିବ ୋବଲି ଆଶା କରାଯାଉଛି । ଏହି ବ୍ୟବସ୍ଥାର ପ୍ରତଦିଷ୍ଟା ହେଲେ ଦେଶରେ ୭୩ ଲକ୍ଷ ପେନସନ ହିଥାଧିକାରୀ ଙ୍କ ଆକାଉଣ୍ଟକୁ ଗୋଟିଏ ଥରରେ ଗୋଟିଏ ଦିନରେ ପେନସନ ଯିବ । । ନିର୍ଧିରିତ ସମୟ ହେଲେ ଆପେ ଆପେ ଆକାଉଣ୍ଟରେ ପ୍ରାପ୍ୟରାଶି ଜମା ହୋଇଯାଇଥିବ ।

 ସ୍ମରଜିତ୍ ଆର୍ଯ୍ୟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *