ଗ୍ରାହକଙ୍କ ପାଇଁ ଖୁସି ଖବର

Spread the love

ଗ୍ରହାକଙ୍କ ପାଇଁ ଖୁସି ଖବର । ଏବେ ଶସ୍ତା ହେବ ପେଟ୍ରୋଲ ଡିଜେଲ ବିମାନ ଇନ୍ଧନ ଦର । ଘରୋଇ ବଜାରରେ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନର ମୁଲ୍ୟ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଥର କମ୍ପାନୀ ଗୁଡିକୁ ରପ୍ତାନୀ ଉପରେ ଅଧିକ ଟିକସ ଦେବାକୁ ପଡିବ । ବିଶୋଧିତ ପେଟ୍ରୋଲ ଏବଂ ଡିଜେଲର ରପ୍ତାନୀ ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଘରୋଇ ବଜାରକୁ ଇନ୍ଧନ ଯୋଗାଣ ସୁଗମ କରିବା ପାଇଁ ଏବଂ ମୁଲ୍ୟ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାତୀ ଜୁଲାଇ ପହିଲାରୁ ପେଟ୍ରୋଲ ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଦନ ( ଏଟିଫ) ରପ୍ତାନୀ ଉରେ ଅତିରିକ୍ତ ଟିକସ ଦେବାକୁ ପଡିବ । ତୈଳ ବିଶୋଧନ କମ୍ପାନୀ ଗୁଡିକ ବର୍ତ୍ତମାନ ପେଟ୍ରୋଲ ଏଫଟିଏଫ ରେ ଲିଟର ପିଛା ୬ ଟଙ୍କା ରପ୍ତାନୀ ଟିକସ ଦେବାକୁ ହେବ ।

ସେପଟେ ଡିଜେଲର ଲିଟର ପିଛା ୧୩ ଟଙ୍କା ରପ୍ତାନୀ ଟିକସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ମାସ ଆରମ୍ଭରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ପମ୍ପ ରେ ଇନ୍ଧନର ଅଭାବ ଦେଖାଯାଇଥିଲା । ରିଫାଇନାରୀ କମ୍ପାନୀ ଗୁଡକରୁ ପର୍ଯ୍ୟାପ୍ତ ଯୋଗାଣ ନାହିଁ ବୋଲି ପମ୍ପ ଡିଲର ମାନେ କହିଛନ୍ତି । ସରକାର କହିଛନ୍ତି ଯେ ଘରୋଇ କ୍ଷେତ୍ରରେ ରିଫାଇନାରୀ ଗୁଡିକ ସେମାନଙ୍କର ଅଧିକାଶଂ ଉତ୍ପାଦ ରପ୍ତାନୀ କରିଥାନ୍ତି । ତେଣୁ ଏହି ନିଷ୍ପତ୍ତି ତାଙ୍କ ଉପରେ ବେଶି ପ୍ରଭାବ ପକାଇବ । ଯଦି ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ବାହାରେ ରପ୍ତାନୀ ହୁଏ ତେବେ କମ୍ପାନୀ ଗୁଡିକ ଟନ୍ ପିଛା ୨୩.୨୩୦ ଟଙ୍କା ଅତିରିକ୍ତ ଟିକସ ଦେବାକୁ ପଡିବ । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଘରୋଇ ଉତ୍ପାଦନକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି l

  • ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *