ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ନବ ନିର୍ମାଣାଧୀନ ସଂସଦ ଭବନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସଂସଦ ଭବନରେ ନିର୍ମିତ ଅଶୋକ ସ୍ତମ୍ଭର ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ନିର୍ମିତ ସ୍ତମ୍ଭର ଉଚ୍ଚତା ୨୦ ଫୁଟ ରହିଛି। ଏହି ଅନାବରଣ କାର୍ଯ୍ୟକ୍ରମରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ମଧ୍ୟ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ସଂସଦ ଭବନର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ କାର୍ଯ୍ୟରତ ଶ୍ରମିକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଓ ସେମାନଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି। ପିଏମଙ୍କ ଦ୍ବାରା ଅନାବୃତ୍ତ ହୋଇଥିବା ଅଶୋକ ସ୍ତମ୍ଭର ୯ହଜାର ୫ଶହ କିଲୋଗ୍ରାମର କଂସାରେ ଆଠଟି ଚରଣରେ ନିର୍ମିତ ହୋଇଛି। ନିର୍ମାଣଧୀନ ନୂତନ ସଂସଦ ଭବନ ନିର୍ମାଣରେ ୧୨ଶହ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ଏଥିରେ ଅତ୍ୟାଧୁନିକ ବୈଦ୍ୟୁତିକ ଉପକରଣ ଲଗାଯିବା ବ୍ୟବସ୍ଥା ହୋଇଛି। ୨୦୨୦ରେ ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଟାଟା ପ୍ରୋଜେକ୍ଟସକୁ ମିଳିଥିଲା। ଭବନର ନିର୍ମାଣ କାର୍ଯ୍ୟ ଅକ୍ଟୋବର ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତାଙ୍କୁ ଡକା ଯାଇନଥିବାରୁ ଏହାକୁ ନେଇ ରାଜନୀତି ତେଜ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now