କାଶ୍ମୀରର ସମୃଦ୍ଧ ସଂସ୍କୃତି, କଳା ଏବଂ ହସ୍ତଶିଳ୍ପ ପ୍ରଦର୍ଶନ କରୁଥିବା “ଭିତସ୍ତା-ଫେଷ୍ଟିଭାଲ୍ ଅଫ୍ କାଶ୍ମୀର” କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରର ସମୃଦ୍ଧ ସଂସ୍କୃତି, କଳା ଏବଂ ହସ୍ତଶିଳ୍ପ ପ୍ରଦର୍ଶନ କରୁଥିବା “ଭିତସ୍ତା-ଫେଷ୍ଟିଭାଲ୍ ଅଫ୍ କାଶ୍ମୀର” ର ଚମତ୍କାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ଭିତସ୍ତା କାର୍ଯ୍ୟକ୍ରମ ସମଗ୍ର ଦେଶକୁ କାଶ୍ମୀରର ସମୃଦ୍ଧ କଳା, ସଂସ୍କୃତି, ସାହିତ୍ୟ, ହସ୍ତଶିଳ୍ପ ଏବଂ ଖାଦ୍ୟପେୟ ପ୍ରତି ଅବଗତ ଲାଗି ଆୟୋଜିତ ହୋଇଥିଲା ।

ଚେନ୍ନାଇରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମଗୁଡ଼ିକ କ୍ରମେ ଶ୍ରୀନଗରରେ ଶେଷ ହୋଇଥିଲା ଯେଉଁଥିରେ ଯୁବକମାନେ କାଶ୍ମୀର ସଂସ୍କୃତି ଜାଣିବାକୁ ଉତ୍ସାହ ପ୍ରଦର୍ଶନ କରିଥିଲେ । କାଶ୍ମୀର ସଂସ୍କୃତିକୁ ଜନସାଧାରଣଙ୍କ ନିକଟକୁ ଆଣିବା ପାଇଁ କର୍ମଶାଳା, କଳା ସ୍ଥାପନ ଶିବିର, ଆଲୋଚନାଚକ୍ର, ହସ୍ତଶିଳ୍ପ ପ୍ରଦର୍ଶନୀ ପରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଲୋକମାନେ ଅଂଶଗ୍ରହଣ କରି କାଶ୍ମୀରର ସଂସ୍କୃତି ସହିତ ପରିଚିତ ହୋଇଥିଲେ ।

ଭିତସ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଅମୃତ ମହୋତ୍ସବର ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

“ଏହି ଚମତ୍କାର ପଦକ୍ଷେପ ପାଇଁ ଅନେକ ଅନେକ ଅଭିନନ୍ଦନ । ବହୁ ବର୍ଷ ପରେ, “ଭିତସ୍ତା – ଦି ଫେଷ୍ଟିଭାଲ ଅଫ୍ କାଶ୍ମୀର” କେବଳ ଦେଶର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ବିଷୟରେ ଜାଣିବାର ସୁଯୋଗ ଦେଇନାହିଁ, ଦେଶବାସୀଙ୍କୁ ଏକଜୁଟ କରିବା ପାଇଁ ଏହି କାର୍ଯ୍ୟକ୍ରମ ମଧ୍ୟ ଏକ ବଡ଼ ପ୍ରୟାସ

Leave a Reply

Your email address will not be published. Required fields are marked *