ଓଡ଼ିଶାଦୁର୍ନୀତି ଓ କାଣ୍ଡ

ଆଦର୍ଶ ପୁଷ୍କରିଣୀ ଖନନରେ ବ୍ୟାପକ ଘୋଟାଲା

ବରଗଡ: ବରପାଲି ଆଦର୍ଶ ପୁଷ୍କରିଣୀ ଖନନରେ ବ୍ୟାପକ ଘୋଟାଲା । ଅଭିଯୋଗ ଆଣିଲେ ବରଗଡ଼ ଜିଲ୍ଲା ବରପାଲି ୧୧ନଂ ୱାର୍ଡ ବାସିନ୍ଦା । ଏଠାରେ ଥିବା ପୂର୍ଣି ବନ୍ଧର ପୁନରୁଦ୍ଧାର ସହ ଏହାକୁ ଏକ ଆଦର୍ଶ ପୁଷ୍କରିଣୀ କରିବା ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥିଲା । ଠିକାଦାର ଓ ବିଭାଗୀୟ ଅଧିକାରୀ ଏଥିରେ ଅର୍ଥ ବାଟମାରଣ କରିଥିବା ଅଭିଯୋଗ ହୋଇଛି । ତେବେ ପୋଖରୀର ପୁନଃରୁଦ୍ଧାର କାମ ଅଧା ରହିଥିବା ବେଳେ ଲୋକେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପୁଷ୍କରିଣୀ ଖନନରେ ବ୍ୟାପକ ଘୋଟାଲା । ବାଟମାରଣ ହେଉଛି ଅର୍ଥ । ବରଗଡ ଜିଲ୍ଲା ବରପାଲି ଏନଏସି ଅନ୍ତର୍ଗତ ନଂ-୧୧ ୱାର୍ଡର ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ପୋଖରୀ ବନ୍ଧର ପୁନଃରୁଦ୍ଧାର ସହ ଏକ ଆଦର୍ଶ ପୋଖରୀ ଭାବେ ଗଢିବା ପାଇଁ ରାଜ୍ୟ ସରକାର ୨୦୨୧ ମସିହାରେ ୧ କୋଟି ୯୬ ଲକ୍ଷ ୮ ହଜାର ଟଙ୍କା ମଞ୍ଜୁରୀ କରିଥିଲେ । ଏହି କାମ ଆଠ ମାସ ଭିତରେ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଯାହା ଫଳରେ ପୋଖରୀରେ ଗାଧୋଇ ହେଉନାହିଁ କି ସେ ବାଟ ଦେଇ ଯାଇ ହେଉନାହିଁ । ଏନେଇ ଏହି କାର୍ଯ୍ୟରେ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀ  ବ୍ୟାପକ ଘୋଟାଲା କରିଥିବା କହିଛନ୍ତି ଅଞ୍ଚଳବାସୀ।

ଏହି କାର୍ଯ୍ୟରେ ଏପର୍ଯ୍ୟନ୍ତ ୧ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଜିଲ୍ଲାପାଳଙ୍କ ନିକଟରେ ବ୍ୟାପକ ଘୋଟାଲା ନେଇ ତଦନ୍ତ ଦାବି କରିଛି ଯୁବ କଂଗ୍ରେସ । ଯେହେତୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ଘୋଟାଲା ହେବା କଥା କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ।ଧ୍ରୁବକର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button