ଏମଏସପି ବୃଦ୍ଧିକୁ କୃଷକମାନେ ସ୍ୱାଗତ କରିବା ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କୃଷକଙ୍କ ଖୁସି ହିଁ ସରକାରଙ୍କୁ ନୂଆ ଉତ୍ସାହ ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଉଛି ।

ଖରିଫ୍ ଫସଲ ଉପରେ ଏମଏସପି ବୃଦ୍ଧି ନିମନ୍ତେ ନିକଟରେ କ୍ୟାବିନେଟ ନିଷ୍ପତ୍ତିକୁ କୃଷକମାନେ ସ୍ୱାଗତ କରୁଥିବା ନେଇ ଡିଡି ନ୍ୟୁଜ୍ ଦ୍ୱାରା ଏକ ଟୁଇଟ୍ ଉପରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘କୃଷକ ଭାଇଭଉଣୀଙ୍କ ଏହି ଖୁସି ହିଁ ଆମକୁ ସେମାନଙ୍କ ପାଇଁ ଅଧିକରୁ ଅଧିକ କାମ କରିବା ନିମନ୍ତେ ପ୍ରେରଣା ଦେଇଥାଏ ।’

Leave a Reply

Your email address will not be published. Required fields are marked *