ମନ କି ବାତ ବିଷୟ ଉପରେ ଆଧାରିତ ପ୍ରଦର୍ଶନୀକୁ ଦେଖିଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀ ଠାରେ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଦେଖିବାକୁ ପହଂଚିଥିଲେ । ଏହି ପ୍ରଦର୍ଶନୀରେ ମନ କି ବାତରେ ସାମିଲ ବିଷୟ ଗୁଡିକ ଉପରେ ଆଧାରିତ ବଡ ବଡ କଳାକାର ମାନଙ୍କର ଦ୍ୱାରା ତିଆରି କରାଯାଇଥିବା କଳାକୃତି ଗୁଡିକୁ ପ୍ରଦର୍ଶିତ କରାଯାଇଛି ।

ମନ କି ବାତ କାର୍ଯ୍ୟକ୍ରମରେ ଯେଉଁ ବିଷୟ ଗୁଡିକୁ ସାମିଲ କରାଯାଇଛି, ଉକ୍ତ ବିଷୟ ଗୁଡିକୁ ନେଇ ଏହି କଳାକୃତି ଗୁଡିକୁ ତିଆରି କରାଯାଇଛି । ସ୍ୱଚ୍ଛତା, ଜଳ ସଂରକ୍ଷଣ, କୃଷି, ମହାକାଶ, ପୂର୍ବୋତ୍ତର ଭାରତ, ନାରୀ ଶକ୍ତି, ଯୋଗ, ଆୟୁର୍ବେଦ ଆଦି ବିଷୟ ଗୁଡିକର ଶୀର୍ଷକରେ କଳା କୃତି ଗୁଡିକୁ ଏହି ପ୍ରଦର୍ଶନୀରେ ସାମିଲ କରାଯାଇଛି ।

ମନୁ ଓ ମାଧବୀ ପାରେଖ, ଅତୁଲ ଡୋଡିଆ, ପରେଶ ମୈତୀ, ଇରନା ଜିଆର, ଜଗନ୍ନାଥ ପଣ୍ଡାଙ୍କ ଭଳି ଦେଶର ବଡ ବଡ କଳାକାର ମାନେ ଏହି କଳା କୃତି ଗୁଡିକୁ ତିଆରି କରିବାରେ ସେମାନଙ୍କର ଯୋଗ ଦାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି ଯେ ଏହି ନିଜର ରଚନାତ୍ମକ କଳାକୃତି ଜରିଆରେ ପ୍ରଦର୍ଶନୀରେ ଯୋଗ ଦାନ କରି ଏହାକୁ ସମୃଦ୍ଧ କରିଥିବା ଥିବା ସମସ୍ତ କଳାକାର ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ଏହି ପ୍ରଦର୍ଶନୀର ଆୟୋଜନ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା କରାଯାଇଛି । ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ର ଶହେ ତମ ଏପିସୋଡ ଉପଲକ୍ଷେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏହି ପ୍ରଦର୍ଶନୀ ଦେଶର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଆଧୁନିକ କଳା

Leave a Reply

Your email address will not be published. Required fields are marked *