ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ଶିଦ୍ଧିବିନାୟକ ଗଣେଶ ମନ୍ଦିରରେ ଭଗବାନ ଗଣେଶଙ୍କୁ କଲେ ଦର୍ଶନ

Spread the love

ମୁମ୍ବାଇ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ସିଦ୍ଧି ବିନାୟକ ଗଣେଶ ମନ୍ଦିର ପହଞ୍ଚିଛନ୍ତି ଏବଂ ଭଗବାନ ଗଣେଶଙ୍କୁ ଦର୍ଶନ କରିଛନ୍ତି । ମନ୍ଦିର ପରିଚାଳନା ସମିତି ରଷ୍ଟ୍ରପତୀ ଦ୍ରୌପଦୀ ମୁମ୍ରୁଙ୍କୁ ଗଣେଶ ମୁର୍ତୀ ପ୍ରଦାନ କରିବା ସହିତ ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ ।

ରାଷ୍ଟ୍ରପତି ମୁର୍ମୁ ଆଜିଠାରୁ ମୁମ୍ବାଇରେ ଦୁଇ ଦିନିଆ ଗସ୍ତରେ ଅଛନ୍ତି ସେ ଆଜି ଦୁଇ ପ୍ରହର ବେଳକୁ ନାଗପୁରର ମୁମ୍ବାଇରେ ପହଞ୍ଚିଛନ୍ତି । ରାଷ୍ଟ୍ରପତୀ ଭାବରେ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ । ତାଙ୍କୁ ଏୟାରପୋର୍ଟରୁ ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟ ମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ସ୍ୱାଗତ କରିଥିଲେ । ରାଷ୍ଟ୍ରପତିଙ୍କ ଆସିବା ପରେ ତାଙ୍କୁ ତିନି ସେନା ତରଫରୁ ସଲାମି ଦିଆଯାଇଥିଲା । ଏହାପରେ ରାଷ୍ଟ୍ରପତି ରାଜଭବନରେ ପହଞ୍ଚିଥିଲେ ଓ ପରେ ପ୍ରଭାଦେବୀ ପହଞ୍ଚି ଭଗବାନ ଗଣେଶଙ୍କୁ ଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *