ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରୀନାମ ଏବଂ ସର୍ବିୟା ଗସ୍ତ ନେଇ ଗତକାଲି ଯାତ୍ରା କରିଛନ୍ତି । ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସେ ସୁରୀନାମର ନେତା ମାନଙ୍କ ସହିତ କଥାବାର୍ତା କରିବେ ଏବଂ ପାରାମାରିବୋରେ ଭାରତୀୟ ଡାୟସ୍ପୋରାଙ୍କୁ ଭେଟିବେ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି । ଏହି ଯାତ୍ରା ଦେଶ ଦେଶ ମଧ୍ୟରେ ରହିଥିବା ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now