ଶ୍ରୀଲଙ୍କାର ରାଷ୍ଟ୍ରପତି ୨୧ ଜୁଲାଇରେ ଆସିବେ ଭାରତ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଜୁଲାଇ ୨୧ରେ ଆଧିକାରିକ ଯାତ୍ରାରେ ଭାରତ ଆସିବେ । ବର୍ତ୍ତମାନ ଦାୟିତ୍ୱ ସମ୍ଭାଳିବା ପରେ ଏହି ରାଷ୍ଟ୍ରପତି ବିକ୍ରମାସିଂଘେଙ୍କ ପ୍ରଥମ ଭାରତ ଯାତ୍ରା ହେବ ।

ନିଜର ଏହି ଯାତ୍ରା ସମୟରେ ରାଷ୍ଟ୍ରପତି ବିକ୍ରମସିଂହଘ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ । ସେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଭାରତୀୟ ଗଣମାନ୍ୟ ବ୍ୟକ୍ତିଙ୍କ ସହିତ ଆପୋଷ ସମ୍ପର୍କର କେତେକ ବିଷୟ ଉପରେ ଚର୍ଚ୍ଚା କରିବେ ।

ବିଦେଶ ମନ୍ତ୍ରାଳୟ ଅନୁଯାୟୀ ଶ୍ରୀଲଙ୍କା ଭାରତର ନେବରହୁଡ଼ ଫର୍ଷ୍ଟ ପଲିସି ଏବଂ ବିଜନ ସାଗରରେ ଏକ ମହତ୍ୱପୂର୍ଣ୍ଣ ଭାଗିଦାର ଅଟେ । ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ଲମ୍ବା ସମୟରୁ ଚାଲିଆସୁଥିବା ବନ୍ଧୁତ୍ୱକୁ  ମଜବୁତ କରିବ ଏବଂ ସମସ୍ତ କ୍ଷେତ୍ରରେ ସଂଯୋଗ ବଢ଼ାଇବା ଏବଂ ପାରମ୍ପାରିକ ରୂପରେ ଲାଭକାରୀ ସହଯୋଗର ରାସ୍ତା ଖୋଜିବ ।

Leave a Reply

Your email address will not be published. Required fields are marked *