ମିଳିତ ଅମଲା ମଂଚ କୋରାପୁଟର ସାମ୍ବାଦିକ ସମ୍ମିଳନୀ , ଜୁନ୍ ୧ରୁ ସମୁହ ଛୁଟି ନିଷ୍ପତି

Spread the love

ଜୟପୁର : ଦୀର୍ଘ ଦିନର ଅମଲା ମାନଙ୍କ ଏକ ମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/ ଗ୍ରେଡ ପେ ଦାବିରେ ଜିଲ୍ଲା ସଂଘ ଓ ରାଜ୍ୟ ସଂଘ ପକ୍ଷରୁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲେ ସୁଦ୍ଧା ସରକାର ଏଥିନେଇ କୈାଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ସମସ୍ତ ସମଭାବାପନ୍ନ ସଂଘକୁ ନେଇ ରାଜ୍ୟରେ ମିଳିତ ଅମଲା ମଂଚ ଗଠନ କରାଯାଇଥିଲା । ସମସ୍ତ ଜିଲ୍ଲାରେ ମିଳିତ ଅମଲା ମଂଚ ଗଠନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ କୋରାପୁଟଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସେହିପରି କୋରାପୁଟ ଜିଲ୍ଲାର ସମସ୍ତ ବିଭାଗର ଅମଲା ଭାଇ ଭଉଣୀ ମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦୀର୍ଘ ଏକ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର କୈାଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ରାଜ୍ୟ ମିଳିତ ଅମଲା ମଂଚଙ୍କ ନିର୍ଦ୍ଦେଶନାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କୋରାପୁଟ ଦକ୍ଷତା ବିକାଶ କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।

ମିଳିତ ଅମଲା ମଂଚ ସଭାପତି କୋରାପୁଟ ଜିଲ୍ଲା ଶାଖା ଶଶୀଭୂଷଣ ଦାଶଙ୍କ ଆହ୍ୱାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ ଅମଲା ଭାଇ ଭଉଣୀ ମାନେ ଯୋଗଦାନ କରିବା ସହିତ ବିଭିନ୍ନ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ମାନେ ଯୋଗଦାନ କରିଥିଲେ । ଏହି ସମ୍ମିଳନୀରେ ମୁଖ୍ୟତଃ ସୁନାକର ରାଉତ ମୁଖ୍ୟ ଉପଦେଷ୍ଟା, ମନୋଜ କୁମାର ବାରିକ୍ ଉପଦେଷ୍ଟା, ନିତ୍ୟାନନ୍ଦ ଭତ୍ରାଙ୍କ ସମେତ ବରିଷ୍ଠ ସଦସ୍ୟ ମାନେ ଯୋଗଦାନ କରିଥିଲେ । ଏଥିରେ ସର୍ବସମ୍ମତି କ୍ରମେ ଆସନ୍ତା ୨୨.୦୫.୨୦୨୩ ରିଖ ଠାରୁ ୩୧.୦୫.୨୦୨୩ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରିବା ସହିତ ଜୁନ ୧ ତାରିଖ ଠାରୁ ସମୁହ ଛୁଟି ନିଷ୍ପତି ନେବା ନେଇ ଚୂଡ଼ାନ୍ତ ନିଷ୍ପତି ନିଆଯାଇଛି ।

Leave a Reply

Your email address will not be published. Required fields are marked *