ତେଲେଙ୍ଗାନାରେ ୬୧ ଶହ କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

Spread the love

ନୂଆଦିଲ୍ଲୀ/ ୱାରାଙ୍ଗଲ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତେଲେଙ୍ଗାନାରେ ପାଖାପାଖି ୬୧ ଶହ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି । ୱାରାଙ୍ଗଲ ଠାରେ ଏହି ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତେଲେଙ୍ଗାନା ରାଜ୍ୟକୁ ଗଠନ ହେବାର ୯ ବର୍ଷ ହୋଇଛି । ତେଲେଙ୍ଗାନା ନୂଆ ରାଜ୍ୟ ହୋଇଥିଲେ ସୁଦ୍ଧା ଏଠାକାର ଲୋକ ମାନଙ୍କର ଦେଶର ଇତିହାସରେ ଖୁବ ବଡ ଯୋଗଦାନ ରହିଛି । ଆଜି ଭାରତ ସାରା ବିଶ୍ୱରେ ପଞ୍ଚମ ସବୁଠାରୁ ବଡ ଅର୍ଥନୀତି ହୋଇ ପାରିଛି । ଏଥିରେ ତେଲେଙ୍ଗାନାର ଲୋକ ମାନଙ୍କର ଖୁବ ବଡ ଭୂମିକା ରହିଛି । ତେଲୁଗୁ ଲୋକ ମାନେ ସବୁବେଳେ ଭାରତର ସାମର୍ଥ୍ୟକୁ ବଢାଇଛନ୍ତି ।

Leave a Reply

Your email address will not be published. Required fields are marked *