ଅବିଭାଗିକୃତ
ଜାତୀୟ ଶିକ୍ଷକ ପୁରସ୍କାର-୨୨

ନୂଆଦିଲ୍ଲୀ: ଆଜି ଗୁରୁ ଦିବସ। ଏହି ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର-୨୨ର ବିଜେତାଙ୍କୁ ଭେଟିବେ ପ୍ରଧାନ ମନ୍ତ୍ରୀ ମୋଦି। ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବାର ଉର୍ଦ୍ଦେଶ୍ୟ ହେଉଛି ଦେଶର ଶେଷ୍ଠ ଶିକ୍ଷକମାନଙ୍କର ଅପୂର୍ବ ଅବଦାନକୁ ସମ୍ମାନ ଦେବା ବୋଲି କହିଛନ୍ତି ମୋଦି। ଅପରାହ୍ନ ୪.୩୦ରେ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ଥିବା ସରକାରୀ ବାସଭବନରେ ବିଜେତାଙ୍କ ସହ କଥାବାର୍ତ୍ତା କରିବେ ପ୍ରଧାନମନ୍ତ୍ରୀ। ଅନ୍ୟପଟେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ମନୋନୀତ ବିଜେତାଙ୍କୁ ଭେଟି ପୁରସ୍କାର ପ୍ରଦାନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ୪୬ ଶିକ୍ଷକ ।