ଆଜି ଓଡ଼ିଶାର ୨୫ଟି ଷ୍ଟେସନ ସମେତ ଦେଶର ୫୦୮ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

Spread the love

ଭୁବନେଶ୍ୱର : ଯାତ୍ରୀ ସୁବିଧାକୁ ଅଧିକ ସୁଗମ କରିବା ତଥା ଷ୍ଟେସନକୁ ଅଞ୍ଚଳର ସାମାଜିକ ଓ ଆର୍ଥିକ ପ୍ରଗତିର କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ୨୫ଟି ଷ୍ଟେସନ ସମେତ ଦେଶର ୫୦୮ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ ।

ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକାଶ ପାଇଁ ପୂର୍ବତଟ ରେଳପଥର / ଓଡିଶାର ୨୫ ଟି ରେଳ ଷ୍ଟେସନ୍ କୁ ଚୟନ କରାଯାଇଛି । ଏହି ଷ୍ଟେସନଗୁଡ଼ିକ ହେଉଛି…ସାକ୍ଷୀଗୋପାଳ – ୩୪.୮ କୋଟି, ମଞ୍ଚେଶ୍ୱର – ୨୬.୯ କୋଟି, ଢ଼େଙ୍କାନାଳ – ୨୬.୧ କୋଟି, ଛତ୍ରପୁର – ୨୫.୬ କୋଟି, ଅନୁଗୁଳ – ୨୫.4 କୋଟି, ମେରାମଣ୍ଡଲୀ – ୨୨.୦ କୋଟି, ବାଲୁଗାଁ – ୨୧.4 କୋଟି, ଲିଙ୍ଗରାଜ ଷ୍ଟେସନ ରୋଡ – ୧୯.୫ କୋଟି, ତାଳଚେର ରୋଡ – ୧୮.୯ କୋଟି, ଖୋର୍ଦ୍ଧା ରୋଡ – ୧୮.୦ କୋଟି, କଣ୍ଟାବାଞ୍ଜି – ୨୬.୩ କୋଟି, ବରଗଡ଼ ରୋଡ଼ – ୨୧.୯ କୋଟି, ହୀରାକୁଦ – ୨୦.୮ କୋଟି, ରେଢ଼ାଖୋଲ – ୨୦.୮ କୋଟି, ବରପାଲି -୧୯.୯ କୋଟି, ମୁନିଗୁଡା – ୧୯.୦ କୋଟି, ବଲାଙ୍ଗୀର – ୧୮.୪ କୋଟି, ହରିଶଙ୍କର ରୋଡ଼ – ୧୬.୬ କୋଟି, ଭବାନୀପାଟଣା – ୧୫.୯ କୋଟି, ଖରିଆର୍ ରୋଡ୍-୧୩.୭ କୋଟି, ଦାମନଯୋଡି -୧୩.୯ କୋଟି (ପୂର୍ବତଟ ରେଳପଥ ମଧ୍ୟରେ) ଏବଂ ବଡ଼ବିଲ – ୧୬.୦କୋଟି, ରାଜଗାଙ୍ଗପୁର – ୩୦.୦ କୋଟି, ବାରିପଦା – ୧୭.୦କୋଟି ଓ ଜଳେଶ୍ୱର – ୨୩.୦କୋଟି (ଦକ୍ଷିଣ ପୂର୍ବ ରେଳପଥ ମଧ୍ୟରେ) ଓଡ଼ିଶାରେ ସମୁଦାୟ ୫୩୧.୮ କୋଟି ଏବଂ ପଲାସା – ୨୩.୯ କୋଟି, ବିଜୟନଗରମ – ୩୫.୮ କୋଟି, ଦୁଭାଡା – ୨୬.୩ କୋଟି (ସମୁଦାୟ) ୮୬.୦ କୋଟି ଆନ୍ଧ୍ର ପ୍ରଦେଶରେ ପୂର୍ବତଟ ରେଳପଥ ଅଧୀନରେ ଏବଂ ଛତିଶଗଡ଼ ର ମହାସମୁନ୍ଦ – ୧୫.୯ କୋଟି (ପୂର୍ବତଟ ରେଳପଥ ଅଧୀନରେ) (ସମୁଦାୟ ୫୪୭.୭ କୋଟି ପୂର୍ବତଟ ରେଳପଥ ମଧରେ) ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *