ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗୋରଖପୁର ଗସ୍ତ

Spread the love

ଗୋରଖପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁକ୍ରବାର ଗୋରଖପୁର ଗସ୍ତକୁ ନେଇ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୀତା ପ୍ରେସ୍ ଓ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଏସପିଜି (ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍)ର ସୁରକ୍ଷା ଘେରାରେ ସମ୍ପନ୍ନ ହେବ ।

ଗୀତାପ୍ରେସର ଆଖପାଖରେ ୨୫୦ ଘରକୁ ସୁରକ୍ଷିତ ଜୋନ୍ ରେ ସାମିଲ୍ କରାଯିବା ସହିତ ସେହି ଛାତ ଗୁଡିକ ଉପରେ ଥିବା ଇଟା-ପଥରକୁ ହଟାଯାଇଛି । ସେଠାରେ ସ୍ନାଇପର ମୁତୟନ କରାଯିବ । ଗୀତା ପ୍ରେସ୍ ରେ ବାହାର ଲୋକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ପ୍ରତିବନ୍ଧିତ କରାଯାଇଛି । ଏହାର ଅତିରିକ୍ତ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ୮ ଜଣ ଏସପି, ୧୧ ଜଣ ଅତିରିକ୍ତ ଏସପି, ୨୨ ଜଣ ସିଓ, ୪୦ ଇନ୍ସପେକ୍ଟର, ୧୯୦ ପୋଲିସ ଅଧିକାରୀ, ୧୫୦୦ ଫୋର୍ସ, ତିନି କମ୍ପାନୀ ପିଏସି, ୩ କମ୍ପାନୀ ଅର୍ଦ୍ଧସୈନିକ ବଳ, ଏଟିଏସର ୪ ଜଣ ଯବାନ ଏବଂ ଏନଏସଜିର ସ୍ନାଇପରଙ୍କୁ ସୁରକ୍ଷା ଦାୟୀତ୍ଵରେ ନିୟୋଜିତ କରାଯାଇଛି । ସେହିପରି ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନ୍ ର ସୁରକ୍ଷା କରିବ ଆରପିଏଫ । ଏହା ବ୍ୟତୀତ ଜିଆରପିର ୫ ଜଣ ଏଏସପି, ୫୦ ପୋଲିସ ଏବଂ ୩୦୦ ଫୋର୍ସ ମଧ୍ୟ ମୁତୟନ ହେବେ ।

Leave a Reply

Your email address will not be published. Required fields are marked *