ଲାତେହାରରେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ପ୍ରୋକଲିନ୍ ଓ ୪ ଟ୍ରାକ୍ଟର ପୋଡିଲେ ନକ୍ସଲ 

Spread the love

ଲାତେହାର : ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ମହୁଆଡାଣ୍ଡ ଥାନା ଅନ୍ତର୍ଗତ ସରନାଡିହ ଗ୍ରାମ ନିକଟରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗୁରୁବାର ରାତିରେ ନକ୍ସଲ ମାନେ ସେଠାରେ ଉତ୍ପାତ ମଚାଇଛନ୍ତି । ନକ୍ସଲ ମାନେ ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଏକ ପ୍ରୋକଲିନ ଏବଂ ୪ଟି ଟ୍ରାକ୍ଟର ଜାଳି ଦେଇଛନ୍ତି । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପ୍ରାୟ ୧୫ ଜଣ ସଶସ୍ତ୍ର ମାଓବାଦୀ ଘଟଣାସ୍ଥଳରେ ପହଂଚି ଥିଲେ । ନକ୍ସଲ ମାନେ ସେଠାରେ ଉପସ୍ଥିତ ଥିବା ଶ୍ରମିକ ମାନଙ୍କୁ ଅନ୍ୟତ୍ର ଡକାଇ ନେଇଥିଲେ । ନକ୍ସଲ ମାନେ ନିର୍ମାଣ ସ୍ଥଳରେ ଉପସ୍ଥିତ ମୁନସୀକୁ ପିଟି ଥିଲେ । ଏହାପରେ ସେମାନେ ସେଠାରେ ରଖାଯାଇଥିବା ଗୋଟିଏ ପ୍ରୋକଲିନ ଏବଂ ୪ଟି ଟ୍ରାକ୍ଟରକୁ ପୋଡ଼ି ଦେଇଥିଲେ । ଏଥି ସହିତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଶ୍ରମିକ ମାନଙ୍କୁ ଧମକ ଦେଇଥିଲେ । ଯଦି କାମ ଆରମ୍ଭ କର, ତେବେ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ସେମାନେ ଘଂଚ ଜଙ୍ଗଲ ଆଡକୁ ଚାଲି ଯାଇଥିଲେ ।

Leave a Reply

Your email address will not be published. Required fields are marked *