ନୂଆଦିଲ୍ଲୀ: ଦିଲ୍ଲୀ ସାକେତ କୋର୍ଟ ମଙ୍ଗଳବାର କୁତବ ମୀନାରକୁ ନେଇ ହୋଇଥିବା ହସ୍ତକ୍ଷେପ ଆବେଦନ ବା ଆଇଏର ରାୟ ସଂରକ୍ଷିତ ରଖିଛନ୍ତି। କୁଅଁର ମହେନ୍ଦ୍ର ଧ୍ବଜ ପ୍ରତାପ ସିଂହ ଏକ ଆଇଏ ଦାୟର କରି କୁତବ ମୀନାର ସମ୍ପତ୍ତି ତାଙ୍କର ହୋଇଥିବା ଦାବି କରିଥିଲେ।
ଧ୍ବଜପ୍ରତାପ ସିଂହ ଆଇଏ ମାଧ୍ୟମରେ ଦାବି କରିଥିଲେ କି, ଆଗ୍ରା ଏକକିତ ଅଞ୍ଚଳ ଓ କୁତବ ମୀନାର ଉପରେ ତାଙ୍କ ମଲିକାନା ଅଧିକାର ରହିଛି। ତେଣୁ ଉଭୟ କ୍ଷେତ୍ରକୁ ତାଙ୍କୁ ହସ୍ତାନ୍ତର କରାଯାଉ। ଯାଚିକା କର୍ତ୍ତା ଜଣାଇଥିଲେ କି, ୧୯୪୭ ପରେ ତାଙ୍କ ସମ୍ପତିକୁ ସରକାର ଅକ୍ତିଆର କରି ନେଇଥିବା ବେଳେ କିନ୍ତୁ ତାଙ୍କ ନିକଟରେ ଜମିର ପ୍ରିଭି କାଉନସିଲ ରେକର୍ଡ ରହିଛି।
ହସ୍ତକ୍ଷେପକର୍ତ୍ତାଙ୍କ ପକ୍ଷରୁ ଓକିଲ ମନୋହର ଲାଲ ଶର୍ମା, ଭାରତୀୟ ପୁରାତତ୍ବ ସର୍ବେକ୍ଷଣ ପକ୍ଷରୁ ଓକିଲ ସୁବାଷ ଗୁପ୍ତା ଓ ଆବେଦନକର୍ତ୍ତାଙ୍କ ଓକିଲଙ୍କ ରାୟ ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସାକେତ କୋର୍ଟ।
ଏଏସଆଇ ପକ୍ଷରୁ ଦିଆଯାଇଥିବା ଯୁକ୍ତିରେ କୁହାଯାଇଛି କି, ଆବେଦନ ଖାରଜ ଯୋଗ୍ୟ। କାରଣ ସିଂହ ବିଶେଷ ରୂପେ ନିଜ ଆବେଦନରେ କୌଣସି ଅଧିକାରର ଦାବି କରି ନାହାନ୍ତି ଓ ତାଙ୍କର ପକ୍ଷଭୁକ୍ତ ହେବାର ଅଧିକାର ନାହିଁ। ସିଂହ ବହୁ ରାଜ୍ୟରେ ବ୍ୟାପ୍ତ ଜମିର ଅଧିକାରର ଦାବି କରିଥିଲେ, ତେବେ ଗତ ୧୫୦ ବର୍ଷରୁ କୌଣସି କୋର୍ଟରେ ଏହାକୁ ନେଇ କୌଣସି ଆବେଦନ ନ କରି ବେକାର ବସିଥିଲେ।
ଏଏସଆଇ ଗତ ବର୍ଷ ଦିଲ୍ଲୀ ହାଇକୋର୍ଟ ସୁଲତାନା ବେଗମ ନାମକ ମହିଳାଙ୍କ ଦ୍ବାରା ଦାୟର ସମାନ ପ୍ରକାରର ଯାଚିକାର ଖାରଜ କରିଥିବା କହିଥିଲେ। ସେଥିରେ ଲାଲ କିଲା ଉପରେ ମଧ୍ୟ ଦାବି ଥିଲା। ସେ ନିଜକୁ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫର ଦ୍ବିତୀୟଙ୍କ ଅଣନାତିଙ୍କ ବିଧବା ଥିବା କହିଥିଲେ।
ଆବେଦକ କହିଛନ୍ତି କି, ହସ୍ତକ୍ଷେପକର୍ତ୍ତା ବେସବାନ ପରିବାରର କର୍ତ୍ତା। ସେ ରାଜା ରୋହିଣୀ ରମନ ଧ୍ବଜ ପ୍ରସାଦ ସିଂହଙ୍କ ଉତ୍ତରାଧିକାରୀ, ଯାହାଙ୍କର ୧୯୫୦ରେ ମୃତ୍ୟୁ ହୋଇଥିଲା। ବେସବାନ ପରିବାର ମୂଳ ରୂପେ ରାଜା ନନ୍ଦ ରାମଙ୍କ ବଂଶଜ ଜାଟ, ଯାହାଙ୍କ ମୃତ୍ୟୁ ୧୬୯୫ରେ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now